ଭୁବନ (ପୂର୍ଣ୍ଣଚନ୍ଦ୍ର ସାହୁ) : କରୋନା ମହାମାରୀ ଭୁତାଣୁ ସଂକ୍ରମଣ ବ୍ୟାପିବାରୁ ରକ୍ଷା ପାଇବା ନିମନ୍ତେ ସରକାର ଘୋଷଣା କରିଥିଲେ ଲକଡାଉନ । ଦିନ ମଜୁରିଆ , ଶ୍ରମିକ , କୃଷକ ଙ୍କର କାମଧନ୍ଦା ବନ୍ଦ ।ଲକଡାଉନକୁ ସମ୍ମାନ ଜଣାଇ ଘରେ ହାତ ବାଗ୍ଦି ବସିଛନ୍ତି ଶ୍ରମିକ । ଘର ଚଳାଇବା ପାଇଁ ସରକାରଙ୍କ ତରଫରୁ ଯାହା ମିଳିଥିଲା ତାହା ଚଳିବା ପାଇଁ ପର୍ଯ୍ୟପ୍ତ ନୁହେଁ । ଯାହାର ସିଧାସଳଖ ପ୍ରଭାବ ପକାଇଛି ଡୋକ୍ରାକାରିଗରଙ୍କ ଉପରେ । ସେମାନଙ୍କର ବୁଡିଛି ବେଉସା ।
ଏଭଳି ସଂଙ୍ଗୀନ ପରିସ୍ଥିତିର ସମୁଖୀନ ହୋଇଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଅନ୍ତର୍ଗତ ଭୁବନ ବ୍ଲକର ମଠକରଗୋଳା ପଚାଂୟତର ବଡମୁକ୍ତାପଶି ଗ୍ରାମର ଶୀତଳା ବା ଘଣ୍ଟରା ସଂପ୍ରଦାୟର କାରିଗରଙ୍କ ଉପରେ । ଲକଡାଉନରେ ବୁଡିଛି ସେମାନଙ୍କ ବେଉସା । ମୁଣ୍ଡଝାଳ ତୁଣ୍ଡରେ ମାରି ଦିନରାତି ଏକ କରି ମାଟିର ମୃର୍ତ୍ତୀ ତିଆରୀ କରନ୍ତି । ପରେ ସେ ଗୁଡିକୁ ବଡ କାଇଦା କଟକଣାରେ ପୋଡିଥାନ୍ତି । ପିତଳର ହରଏକ କିସମର ଘରକରଣା ସାମଗ୍ରୀ ତିଆରୀ କରିଥାନ୍ତି । ସେମାନଙ୍କ ହାତଗଢା ଦରବ ହୋଇପାରୁନି ବିକ୍ରୀ । ଦିନ କେଇଟା ରେ ମଧ୍ୟ ସଂଚିତ ଅର୍ଥ ହୋଇଛି ଶେଷ । ଚଳିବା ହୋଇପଡିଛି ଶେଷ । ଲକଡାଉନ ପୂର୍ବରୁ ତିଅଅରୀ ହୋଇପଡିରହିଥିବା ସାମଗ୍ରୀ ନେଇ ପାରୁନି କଂପାନୀ ।
ଲକଡାଉନ ସମୟରେ ଘରେ ବସି କାମ କରିବାକୁ ଇଛା ଥିଲେ ବି ମିଳିନଥିଲା ଯଥେଷ୍ଟ କଚାଂମାଳ । ହାତ ବାନ୍ଧି ବସିଛନ୍ତି କାରିଗର । ଏହି ସମୟରେ କାରିଗରଙ୍କ ବାସ୍ତବ ଅସୁବିଧାକୁ ହୃଦୟଙ୍ଗମ କରି ମାତୃ ସଂଗଠନ ଅନ୍ୱେଷା ଆଟର୍୍ସ ଆଣ୍ଡ କ୍ରାପ୍ଟ୍ସ ପ୍ରାଇଭେଟ ଲିମିଟେଡ ପକ୍ଷରୁ ୭ଟି କାରିଗର ପରିବାରକୁ ୨୫କେଜି ଚାଉଳ ଡାଲି ଆଳୁ ପିଆଜ ସୋରିଷ ତେଲ ପ୍ରଭିତି ପ୍ରଦାନ କରିଥିଲେ । ଡାଇରେକ୍ଟର ଡମ୍ବରୁଧର ବେହେରାଙ୍କ ସଂଯୋଜନାରେ ବଣ୍ଟନ କରାଯାଇଛି । ମଠକରଗୋଳା ସରପଚଂଙ୍କ ପ୍ରତିନିଧର ଅଜୟ ନାୟକ , ତୃପ୍ତି ପାଠାଗାରର ସଂପାଦକ ପୂର୍ଣ୍ଣଚନ୍ଦ୍ର ସାହୁ ଯୋଗଦେଇଥିଲେ । ବିପଣନ ଅଧିକାରୀ ଅଭୟ କୁମାର ସାହୁ ମାକ୍ସ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଗାଁରେ ଥିବାଶୀତଳା ପରିବାର ମଧ୍ୟରୁ ୨୨ଟି ପରିବାରଙ୍କର ଝାଟିମାଟି ଘର ଜାତୀୟ ରାଜପଥ ୫୩ ର ସଂପ୍ରସାରଣ ଫଳରେ ଭଙ୍ଗାଯିବ । ଏହି ବିଷୟରେ ବହୁ ବାର ଗଣମାଧ୍ୟମରେ ପ୍ରକାଶ କରିବା ପରେ ସେ ମାନଙ୍କ ମଧ୍ୟରୁ ୨୨ଟି ପରିବାରଙ୍କୁ ମିଳିଛି ଗୁଣ୍ଟିକିଆ ପଟ୍ଟା । ୧୧ଟି ପରିବାରକୁ ମିଳିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ।
ଏହି ଶୀତଳା ସଂପ୍ରଦାୟର ବ୍ୟକ୍ତିମାନେ ଅତ୍ୟନ୍ତ ଗରିବ । ସେମାନେ ୭୦ ବର୍ଷରୁ ଉର୍ଦ୍ଦ ସମୟ ହେବ ଛତିଶଗଡରୁ ଆସି ଏଠାରେ ବସବାସ କରୁଛନ୍ତି । ସେମାନଙ୍କର ଜମି ପଟ୍ଟା ନାହିଁ । ସେମାନେ ଅନୁସୂଚିତ ଜନଜାତି କିମ୍ବା ଜାତି ତାଲିକାଭୁକ୍ତ ନୁହନ୍ତି । ଫଳରେ ସେମାନେ ସରକାରଙ୍କର କୈଣସି ସୁବିଧା ପାଇାରୁନାହାନ୍ତି । ଏଭଳି ସ୍ଥିତିରେ ୨୨ଟି ପରିବାର ନିମନ୍ତେ ଥିବା ଦୁଇଟି ନଲକୁଅ , ଗୋଟିଏ ଖୋଲାକୁଅ ସଂପୂର୍ଣ୍ଣ ଜାତୀୟ ରାଜପଥ ମଧ୍ୟରେ ଲିନ ହୋଇଯିବ । ୨୨ଟି ପରିବାର ମଧ୍ୟରୁ ୧୧ଟି ପରିବାରକୁ ମିଳିନି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର ।
କିନ୍ତୁ ଜାତୀୟ ରାଜପଥ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ବାରମ୍ବାର କରାଯାଉଛି ତାଗିଦ । ଘର ଭାଙ୍ଗିବା ନିମନ୍ତେ । କଣ କରିବେ ଜାଣିପାରୁନାହାନ୍ତି ଗ୍ରାମବାସୀ । ସରକାରୀ ଘର ମିଳିନଥିôବା ବେଳେ କଂପାନୀର ଧମକ କେତେଦୂର ଠିକ । ଏହି ଗାଁର ଗୋଟିଏ ପରିବାର କୁନି ପଧାନ । ବାହାଘର ମାତ୍ର ବର୍ଷଟିଏ ପରେ ଚାଲିଆସିତôଲେ ବାପଘରକୁ । ସରକାରୀ ଜାଗାରେ ଘରଟିଏ କରିଛି ହେଲେ କୁନିକୁ ନା ମିଳିଥିଲା ଅବିବାହିତ ସମୟରେ ଭୋଟର କାର୍ଡ ନା ବାହାଘରର ୨୫ ବର୍ଷ ପରେ ମିଳିଛି ଆଧାର କାର୍ଡ । ଫଳରେ ତାର ହୋଇପାରୁନି ରାସନ କାର୍ଡ । ତେବେ କଣ କୁନି ଗାଁରୁ ବିତାଡିତ ହେବ । ନା ଗାଁ ସରପଚଂଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କର ଦୃଷ୍ଟି ପଡିବ କେତେ ରାଜରାସ୍ତା କଡରେ ଥିବା ଗାଁଟି ପ୍ରତି ?