ସମ୍ବାଦ ଡିଜିଟାଲ ପକ୍ଷରୁ ଆୟୋଜିତ ଓଡିଶାର ସର୍ବବୃହତ୍ତ ବ୍ୟାଡମିଣ୍ଟନ ମହୋତ୍ସବ ‘ଲେଟସ ସଟଲ୍-୩’ର ଭୁବନେଶ୍ୱର ସଂସ୍କରଣ ରବିବାର ଉଦଯାପ୍ଖଚ୍ଛ ହୋଇଯାଇଛି । ୨୦୦ରୁ ଅଧିକ ଦଳ ଅଂଶଗ୍ରହଣ କରିଥିବା ଏହି ପ୍ରତିଯୋଗିତାର ବରିଷ୍ଠ ପୁରୁଷ (୧୫ ବର୍ଷରୁ ଅଧିକ) ଯୁଗଳରେ ଡିବିଏସ ଚନ୍ଦ୍ର କୁମାର ଓ କେ ଜଗଦୀଶ ବିଜେତା ହୋଇଛନ୍ତି । ଫାଇନାଲରେ ସେମାନେ ପାରସ ମାଥୁର ଓ ଅନିର୍ବାଣ ମଣ୍ଡଳଙ୍କୁ ପରାସ୍ତ କରିଥିଲେ । ସେହିଭଳି ଜମ୍ବଲ୍ଡରେ ଦିପ୍ତୀ ପ୍ରକାଶ ସୁବୁଦ୍ଦି ଓ କେ ମୁରଲୀ କ୍ରିଷ୍ଣା ବିଜେତା ହୋଇଥିଲା ବେଳେ ଅଭିଶେକ ପଟ୍ଟନାୟକ ଓ ଦୀପକ କୁମାର ବେସ୍ରlଙ୍କ ଯୋଡି ରନର୍ସ ଅପ ହୋଇଛନ୍ତି । ସବୁଠାରୁ ଚର୍ଚ୍ଚିତ କର୍ପୋରେଟ ଓ ସରକାରୀ ବର୍ଗରେ ମାନବେନ୍ଦ୍ର ସାହୁ-ମଳୟ ପାତ୍ର ବିଜେତା ମୁକୁଟ ପିନ୍ଧିଥିଲେ । ଅନ୍ୟପକ୍ଷରେ ଅଭିଷେକ ପଟ୍ଟନାୟକ ଅଗ୍ନିରିସ ରାୟ ଫାଇନାଲରେ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲୋ ରାଜ୍ୟର ବିଭିନ୍ନ ସହରରେ ଆୟୋଜିତ ହୋଇ ଆସୁଥିବାଏହି ପ୍ରତିଯୋଗିତାର ମେଗା ଫାଇନାଲ ମାର୍ଚ୍ଚ ୧୦ରେ ହେବ ବୋଲି ଜଣାପଡିଠି ।ରବିବାର ଉଦଯାପନୀ ଉତ୍ସବରେ ହକି ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା କ୍ରୀଡା ବିଭାଗର ନିର୍ଦେଶକ ଦୀପାଙ୍କର ମହାପାତ୍ର ଏବଂ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ନିର୍ଦେଶିକା ମୋନିକା ନୈୟର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
ଋବିବାର ଉଦଯାପିତ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡର ନିଦେ୍ର୍ଦଶିକା ମୋନିକା ନୈୟର ପଟ୍ଟନାୟକ କହିଥିଲେ, ଲେଟ ସଟଲ -୩କୁ ଦର୍ଶକ ଓ ଖେଳାଳିଙ୍କ ଢେର ଭଲପାଇବା ଓ ସମର୍ଥନ ମିଳିଛି ।ଏବର୍ଶ ବହୁତ ଆବେଦନ ମିଳିଥିଲା ଏବଂ ଆମେ ବି ଏହାକୁ ପୂର୍ବାପେକ୍ଷା ଆହୁରୀ ବ୍ୟାପକ ଓ ବିସ୍ତୃତ କରିଛୁ ।ଏଥର ଆମେ ଓଡିଶାର ପ୍ରାୟତଃ ସବୁ ବଡ ସହରକୁ ଯାଇଛୁ । ଭୁବନେଶ୍ୱର ଲେଗରେ ପାଖାପାଖି ୨୦୦ ଦଳ ବିଭିନ୍ ବର୍ଗରେ ଖେଳିଛନ୍ତି । ସେମାନେ ବରିଷ୍ଠ, ଜମ୍ବଲଡ, ପ୍ରୋ ଆଦି ବର୍ଗରେ ଅଂଶଗ୍ରହଣ କରୁଛନ୍ତି । ଏତେ ସଂଖ୍ୟକ ଖେଳାଳି ଏହି ପ୍ରତିଯୋଗିତାରେ ଖେଳୁଥିବାର ଦେଖି ବହୁତ ଖୁସି ଲାଗୁଛି । ଏବର୍ଷ ଆମେ କୌଣସି କାରଣରୁ ମହିଳା ବର୍ଗ ସାମିଲ କରିପାରିନୁ । ଆସନ୍ତାବର୍ଷ ଅନ୍ୟାନ୍ୟ ବର୍ଗ ସହ ମହିଳା ବର୍ଗକୁ ସାମିଲ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛୁ ।ଲେଟ୍ ସଟଲକୁ ଦେଉଥିବା ଅଜସ୍ର ଭଲପାଇବା ଲାଗି ଅଂଶଗ୍ରହଣକାରୀ ଓ ପ୍ରଂଶସକଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।