Odisha news

ବଡଚଣା ବ୍ଳକରେ ଯାଜପୁର ଜିଲ୍ଲାପାଳ ଓ ଏସ ପିଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର : ମୋଟ ୩୧୫ଟି ଅଭିଯୋଗରୁ ତତ୍କାଳ ୨୧୩ ଟିର ସମାଧାନ

0

ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ବଡଚଣା ବ୍ଳକରେ ମଙ୍ଗଳବାର ଦିନ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଏସ ପି ରାହୁଲ ପିଆରଙ୍କ ପକ୍ଷରୁ ବ୍ଳକ ସ୍ଥରୀୟ ମିଳିତ ଅଭିଯୋଗ ସୁଣାଣି ଶିବିର ଆୟୋଜିତ ହୋଇଥିଲା! ଏଥିରେ ଉକ୍ତ ବ୍ଳକର ମୋଟ ୩୪୩ଟି ପଞ୍ଚାୟତରୁ ବହୁ ହିତାଧିକାରୀ ଯୋଗଦେଇ ସେମାନଙ୍କ ବିଭିନ୍ନ ଅଭାବ ଅସୁବିଧା ନେଇ ଅଭିଯୋଗ ଦାଖଲ କରିଥିଲେ! ତେବେ ଏହି ଶିବିରରେ ମୋଟ ୩୧୫ଟି ଅଭିଯୋଗକୁ ପଞ୍ଚିକୃତ କରାଯାଇ ଥିଲା! ଏହି ଅଭିଯୋଗ ମଧ୍ୟରୁ ଜିଲ୍ଲାପାଳଙ୍କ ଇଜିଲାସରେ ତତ୍କାଳ ୨୧୩ଟିର ସମାଧାନ କରାଯାଇଥିଲା! ସେହିପରି ୭୮ଟି ଅଭିଯୋଗ ବିଭିନ୍ନ ବିଭାଗ ସହିତ ଯୋଡିହୋଇ ଥିବାରୁ ସେହିସବୁ ବିଭାଗ ସହିତ ଯୋଗାଯୋଗ କରାଯାଇ ତାହାର ସମାଧାନ ହେବବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା!ସେହିପରି ରେଡକ୍ରସ ପାଣ୍ଠିରୁ ସହାୟତା ପାଇଁ ଆସିଥିବା ୧୨ଟି ଆବେଦନକୁ ବିଚାର କରି ଜିଲ୍ଲାପାଳ ସେମାନଙ୍କୁ ତତ୍କାଳ ୨ ଲକ୍ଷ ୫ ହଜାର ଟଙ୍କା ପ୍ରଦାନ କରିଥିଲେ!ଏଥସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ସହାୟତା ପାଇଁ ୧୨ଟି ଆବେଦନକୁ ସୁପାରିଶ କରାଯାଇଥିଲା!ଏହି ଶିବିରରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରା,ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମର ମଲ୍ଲିକ,ତିଳୋତ୍ତମା ପୃଷ୍ଟି,ଦର୍ପଣ ତହସିଲଦାର ପ୍ରଦୀପକୁମାର ସେଠୀ,ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନକୁମାର ଗିରି,ଯାଜପୁରରୋଡ ପୋଲିସ ଏସଡିପିଓ ଚିନ୍ମୟକୁମାର ନାୟକଙ୍କ ସହ ଜିଲ୍ଲା ଓ ବ୍ଳକ ସ୍ଥରର ବହୁ ଅଧିକାରୀ ଏଥିରେ ଉପସ୍ଥିତରହି ଅଭିଯୋଗ ଗୁଡିକର ସୁଣାଣିରେ ସହଯୋଗ କରିଥିଲେ! ତେବେ  ଆରଡି ବିଭାଗର କୌଣସି ଅଧିକାରୀ ଏହି ଶିବିରରେ ଉପସ୍ଥିତ ନଥିବା ଦେଖା ଯାଇଥିଲା! ଚଣ୍ଡିଖୋଲ ବଜାର ଏକ ଅତି ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିଲେ ମଧ୍ୟ କେତେକ ବ୍ୟକ୍ତି ସରକାରୀ ରାସ୍ତା ଓ ସରକାରୀ ସ୍ଥାନକୁ ଜବର ଦଖଲକରି ସେଠାରେ ବ୍ୟବସାୟ କରୁଥିବାରୁ ତାହା ଗାଡି ମଟର ଜାତାୟାତରେ ବ୍ୟଘାତ ସୃଷ୍ଟି କରୁଥିବା ନେଇ ସାମ୍ବାଦିକ ପ୍ରମୋଦ ଜେନା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ!ସେହିପରି ବଡଚଣା ମହିଳା ମହାବିଦ୍ୟାଳୟର ବହୁ ଅଧ୍ୟାପକ ଓ ଅଧ୍ୟାପିକା ଠିକଭାବେ କଲେଜ ଆସୁନଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ସାମ୍ବାଦିକ ପ୍ରତାପକେଶରି ରିଉତରାୟ,ସେକ ସବିରୁଦ୍ଦିନ,ମୋହନ ଖିଲାର ପ୍ରମୁଖ ଅଭିଯୋଗ କରୁଥିବା ଦେଖାଯାଇଥିଲା

Nalco
Leave A Reply