ଚଣ୍ଡିଖୋଲ : ଦର୍ପଣ ତହସିଲ ଅନ୍ତର୍ଗତ ପଶ୍ଚିମ ବଡଚଣାରେ ଏବେ ପୁଣି ମାଙ୍କଡା ମାଫିଆମାନେ ଦିନ ରାତି ବେଆଇନ ମାଙ୍କଡା ଚାଲାଣ କରୁଥିବା ଦେଖିବାକୁ ମିଳିଛି ଏବଂ ଜିଲା ପ୍ରଶାସନର ନିଦେ୍ର୍ଦଶରେ ଏକ ମାଙ୍କଡା ଟ୍ରକ ଓ ପାୱାର ଟିଲର ଜବତ ହେବା ସହିତ ଟ୍ରକ ଚାଳକ ଗିରଫ ହୋଇଛି । କିଛି ଦିନହେବ ବୈରୀ ଥାନାରେ ଜଣେ ଡିଏସପି ପ୍ରୋବେଶନରେ ଆସି ପାଖାପାଖି ୫ ମାସ ରହିଥିଲେ ଏବଂ ସେ ସମୟରେ ମାଙ୍କଡା ମାଫିଆମାନେ ହାତଟେକି ବସିଥିଲେ ।
ଡିଏସପି ବାରମ୍ବାର ଚଢ଼ାଉକରିବା ଫଳରେ ଏଠାରେ ମାଙ୍କଡା ପଥର କଟା ଏକ ପ୍ରକାର ବନ୍ଦ ହୋଇଯାଇଥିଲା । ତେବେ ଗତ କିଛି ଦିନହେବ ସେ ଏଠାରୁ ପଳାଇଯିବା ପରେ ଆରମ୍ଭ ହୋଇଗଲା ମାଙ୍କଡା କଟା, ଏବେ ବୈରୀ ତାନାରେ ତହସିଲଦାର ଓ ବୈରୀ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ ହେବାପରେ ଗତ କାଲି ବିଳମ୍ବିତ ରାତିରେ ମାଙ୍କଡା ବୋଝେଇ ଏକ ଟ୍ରକ ନଂ ଓଆର୦୪ଡି-୯୪୮୫ ଏବଂ ଏକ ପାୱାରଟିଲରକୁ ପୁଲିସ ଜବତ କରିଛି । ଏପଟେ ମହାମାରୀ କରୋନା ପାଇଁ ପୁଲିସ ପ୍ରଶାସନ ବ୍ୟସ୍ତଥିବା ବେଳେ ଏହାର ସୁଯୋଗ ନେଇ ଲୁଟେରାମାନେ ଏକଜୁଟ ହୋଇ ମାଙ୍କଡା କାଟିବା ଆରମ୍ଭ କରିଦେଇଛନ୍ତି ।
କିନ୍ତୁ ଜବତ ହୋଇଥିବା ମାଙ୍କଡା ଟ୍ରକଟି ଜନୈକ ଜିଲାପରିଷଦ ସ୍ୱାମୀଙ୍କର ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବଡଚଣା ବ୍ଲକ ଅନ୍ତର୍ଗତ ସମିଆଁ ପଞ୍ଚାୟତ ବଡଶିଳା ଠାରେ ଗତ କାଲି ବିଳମ୍ବିତ ରାତିରେ ମାଙ୍କଡା କଟାଯାଉଥିବା ଖବରପାଇଁ ଜିଲା ପ୍ରଶାସନକୁ ଅବଗତ କରାଯାଇଥିଲା, ପରେ ଦର୍ପଣ ତହସିଲଦାର ଓ ବୈରୀ ପୁଲିସର ମିଳିତ ଚଢ଼ାଉପରେ ବଡଶିଳା ନିକଟର ଏକ ବେଆଇନ ଖାଦାନରୁ ମାଙ୍କଡା ଟ୍ରକରେ ବୋଝେଇ ହେଉଥିବା ବେଳେ ପୁଲିସ ପ୍ରଶାସନ ଓ ତହସିଲଦାର ପହଞ୍ଚିଯାଇଥିଲେ, ଏହାର ସୁଯୋଗ ନେଇ ଜେସିବି ମେସିନ, ପାଓାର ଟିଲର , ଟ୍ରକ ଓ ଏକ ୪୦୭ ମିନି ଟ୍ରକ ପଳାଇଯାଇଥିଲେ ଏବଂ ପୁଲିସ ଗୋଟିଏ ଟ୍ରକ, ପାୱାରଟିଲରକୁ ଜବତ କରିବା ସହିତ ଟ୍ରକ ଚାଳକକୁ ଗିରଫ କରିଛି ।