ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଞ୍ଚଳରେ ଏବେ ବୃଦ୍ଧି ପାଉଛି ଛିନତାଇ ଲୁଟେରାଙ୍କ ଆତଙ୍କ! ଦିନ ଦିପହରେ ବାଇକ ଆରୋହୀଙ୍କୁ ଟାର୍ଗେଟକରି ଏହି ଲୁଟେରାମାନେ ବେକରୁ ଛିଣ୍ଡାଇ ନେଉଛନ୍ତି ସୁନା ହାର ଓ ଗହଣା! ହେଲେ ସେମାନଙ୍କ ଟେର ପାଉନି ପୋଲିସ ! ଯାହାକୁ ନେଇ ଏବେ ସାଧାରଣରେ ଆତଙ୍କ ପ୍ରକାଶ ପାଇଛି! କିଛିଦିନ ହେବ ଲୁଟେରା ମାନେ ବଡ଼ଚଣା ଥାନା ଅଞ୍ଚଳରେ ବାରମ୍ବାର ଏପରି ଲୁଟପାଟ କରି ଫେରାର ହୋଇଯାଇଛନ୍ତି ! ପୋଲିସର ପଦକ୍ଷେପ ଆଖିଦୃଶିଆ ହେଉ ନ ଥିବାରୁ। ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ! ଘଟଣାରୁ ପ୍ରକାଶ ଗତ କାଲି ଦିନ ପ୍ରାୟ ୧୨ ଟା ବେଳେ ଜେନାପୁର ଥାନା ନିବାସୀ ଜିତେନ୍ଦ୍ରକୁମାର ବରାଳ ମୋଟର ସାଇକେଲରେ ନିଜ ସ୍ତ୍ରୀଙ୍କୁ ସାଙ୍ଗରେ ଧରି ଶଶୁର ଘରକୁ ଯାଉଥିଲେ ! ବଡଚଣା ଥାନା ଖୋସାଲିପୁର ରେଲୱେ ଗେଟ୍ ପାଖରେ ଦୁଇଜଣ ଯୁବକ ଏକ ନମ୍ବର ବିହୀନ ହଳଦିଆ ରଙ୍ଗର କଳା ଷ୍ଟିକରିଂ ୟାମା ଏଫ୍ଟୁଜେଡ ବାଇକରେ ଆସି ଜିତେନ୍ଦ୍ରଙ୍କୁ ହଠତ ଗୋଇଠା ମାରି ତାଙ୍କ ସ୍ତ୍ରୀଙ୍କ ବେକରୁ ଦେଢ଼ ଭରି ଓଜନର ହାର ଛିଣ୍ଡାଇ ନେଇ ଦୃତ୍ ଗତିରେ ଚଣ୍ଡିଖୋଲ ଛକ ଆଡ଼କୁ ପଳାଇ ଆସିଥିଲା !
ଜିତେନ୍ଦ୍ର ଲୁଟେରାଙ୍କ ପିଛା କରି ଥିଲେ ସୁଦ୍ଧା ତାଙ୍କୁ ଧରିବାକୁ ସକ୍ଷମ ହୋଇପାରି ନ ଥିଲେ!ଏ ବିଷୟରେ ବଡ଼ଚଣା ଥାନାରେ ସେ ଏକ ଲିଖିତ ଅଭିଯୋଗ କରିଛନ୍ତି! ସେହିପରି ଗତ ୧୭ ତାରିିଖରେେ ୧୬ ନମ୍ବର ଜାତୀୟ ରାଜପଥ ଅନ୍ନପୂର୍ଣ୍ଣା ହୋଟେଲରେ ଖାଇବାକୁ ଯାଉଥିବା ଜଣେ ସ୍ତ୍ରୀ ଲୋକଙ୍କ ବେକରୁ ହାର ଛିଣ୍ଡାଇ ନେଇ ଦୁବୃତ ମାନେଏକ ଆପାଜି ଗାଡ଼ିରେ ଚାଲି ଯାଇଥିଲେ ! ସେହିପରି ଏପ୍ରିଲ ୧୯ ତାରିଖରେ ବଡ଼ଚଣା ଥାନା ସମ୍ମୁଖରୁ ଦିନ ପ୍ରାୟ ଗୋଟାଏ ବେଳେ ଏକ ପିକପ୍ ମାଛ ଗାଡିରୁ ଚାରିଜଣ ଯୁବକ ଜୋଜବରଦସ୍ତି ଅଟକାଇ ଏକ ଲକ୍ଷ ଟଙ୍କା ଛଡ଼ାଇ ନେଇଥିଲେ! ଏଥିସହ ଗତ ସପ୍ତାହରେ ଚଣ୍ଡିଖୋଲ ଷ୍ଟେଟ ବ୍ୟାଙ୍କ ପଛ ପାଖରୁ ବାବୁଲି ମାଝୀଙ୍କ ଘର ବାରଣ୍ଡାରୁ ଦିନ ସାଢେ ଗୋଟିଏ ବେଳେ ଏକ ମୋଟର ସାଇକେଲକୁ ଲୁଟେରା ମାନେ ଚୋରି କରି ନେଇଥିଲେ!ଏ ସମସ୍ତ ଘଟଣାରେ ଥାନାରେ ଏତଲା ହୋଇଥିଲା ବେଳେ ପୋଲିସ୍ ଲୁଟେରା ବା ଲୁଟ ସାମଗ୍ରୀର ଟେର ପାଇପାରୁ ନଥିବା ଅଭିଯୋଗ ହୋଇଛି! ତେବେ ମୋଟର ସାଇକେଲ ଚୋର ଆଉ ଗୋଟେ ମୋଟର ସାଇକେଲ ଚୋରି କରିବା ପାଇଁ ପରେ ଉକ୍ତ ଘର ପାଖରେ ବୁଲୁଥିବା ବେଳେ ସ୍ଥାନୀୟ ଲୋକେ ସିସି ଟିଭି କ୍ୟାମେରା ଦେଖି ତାକୁ ଧରି ପୋଲିସ ଜିମାରେ ଦେଇଥିଲେ !-ବିଶେଷକରି ଦୀର୍ଘ ଦିନହେବ ବଡଚଣା ଥାନାରେ ସ୍ଥାୟୀ ଥାନା ଅଧିକାରୀ ନଥିବା ବେଳେ ଉକ୍ତ ଥାନା ଅନ୍ତର୍ଗତ ଫାଣ୍ଡି ଗୁଡିକରେ ବହୁ ପଦବୀ ଖାଲି ପଡିବା ଓ ଦକ୍ଷ ଅଧିକାରୀଙ୍କ ଅଭାବ କାରଣରୂ ଏପରି ଅବସ୍ଥା ସୃଷ୍ଟି ହୋଇଥିବା ଆଲୋଚନା ହେଉଛି! ଏଥିନେଇ ପୋଲିସ ଯାଗତିଆର ହେବାସହ ଜନସାଧାରଣଙ୍କ ଧନ ଜୀବନର ସୁରକ୍ଷା ପାଇଁ ଅଧିକ ଦୃଷ୍ଟି ଦେବାକୁ ଦାବି ହୋଇଛି!