ଚଣ୍ଡିଖୋଲ/ଛତିଆ : ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ଠାରେ ପ୍ରସିଦ୍ଧ ରାଜ ଦୋଳ ମିଳନ ମହୋତ୍ସବ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି! ଆୟୋଜିତ ଉଦଘାଟନୀ ଉତ୍ସବରେ ବଡ଼ଚଣା ବିଧାୟକ ଅମରପ୍ରସାଦ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହୋତ୍ସବର ସଫଳତା କାମନା କରିଥିଲେ! ଉଦଘାଟନ କରିଥିଲେ! ସମାଜସେବା ମିହିର ପ୍ରତାପ ଦାସ ସଭା ପରିଚାଳନା କରିଥିଲା ବେଳେ ଛତିଆ ପଞ୍ଚାୟତ ସମିତି ସଭ୍ଯ ଦୀପକ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ!
ଅନ୍ୟ ମାନଙ୍କ ମଧ୍ୟରେ ବଡ଼ଚଣା ବ୍ଲକ ଅଧ୍ୟକ୍ଷା ମୀନତି ସେନାପତି, ସ୍ଥାନୀୟ ସରପଞ୍ଚ ରମେଶ ଚନ୍ଦ୍ର ପୃଷ୍ଟି, ଜିଲା ପରିଷଦ ସଭ୍ଯ ଯତୀନ୍ଦ୍ରପ୍ରସାଦ ନାୟକ,ନେଳିଆ ସରପଞ୍ଚ ଜୟନ୍ତୀ ସ୍ଵାଇଁ,ମାଧବାନନ୍ଦ ମହାପାତ୍ର,ବଡଚଣା ବ୍ଳକ ଆତ୍ମାର ଅଧ୍ୟକ୍ଷ ନିରଞ୍ଜନ ସେନାପତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ! ଇତ୍ୟବସରରେ ହସ୍ତଶିଳ୍ପ ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା!
ଏହି ରାଜଦୋଳ ମିଳନ ମହୋତ୍ସବ ସାତଦୀନଧରି ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବ! ପ୍ରତେକ ସନ୍ଧ୍ୟାରେ ଲୋକ ନୃତ୍ୟ ,ପାଲା, ଦାସକାଠିଆ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ଘୋଷଣା କରାଯାଇଥିଲା! ମେଳା ପଡିଆରେ ମୀନା ବଜାର ସହିତ ଯାଜପୁର ଜିଲା ସମେତ ବାହାର ୧୦ ଟି ଜିଲାରୁ ହସ୍ତତନ୍ତ ଶିଳ୍ପର ବିଭିନ୍ନ କାରିଗର ଆସି ନିଜ ନିଜ ହସ୍ତ ଶିଳ୍ପ ପଦର୍ଶନୀ କରିଛନ୍ତି ! ପ୍ରଥମ ଦିନରୁ ମେଳା ପଡିଆରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି!
