ଯେତେ ଖୋଳିଲେ ବଡଚଣା ବ୍ଳକରେ ସେତେ ବାହାରୁଛି ଦୁର୍ନୀତି ଗନ୍ଧ : ଖେଳ ପଡିଆ ଉପରେ ନିର୍ମାଣ ଚାଲିଛି ଗ୍ରାମୀଣ ପାର୍କ,ଗ୍ରାମବାସୀଙ୍କ ବିରୋଧ
ଚଣ୍ଡିଖୋଲ,୨୭/୭ : ଯାଜପୁର ଜିଲ୍ଲାର ବଡଚଣା ବ୍ଳକରେ ଦୃନିତି ଚରମ ସୀମାରେ ପହଞ୍ଚିଛି! ଏହି ବ୍ଳକର ଚଣ୍ଡିତଳ ଗ୍ରାମ ପଞ୍ଚାୟତରେ ପୂର୍ବରୁ ବିଭିନ୍ନ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଚର୍ଚ୍ଚା ଯୋର ଧରିଥିଲା ବେଳେ ଏବେ ପୁଣି ଆଉଏକ ଦୁର୍ନୀତି ଲୋକ ଲୋଚନକୁ ଆସିଛି! ଏହି ପଞ୍ଚାୟତରେ ପୂର୍ବରୁ ୨୦୧୯..୨୦ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ଲକ୍ଷାଧିକ ଟଙ୍କା ବିନିଯୋଗରେ ନିର୍ମିତ ହୋଇଥିବା ଏକ ସର୍ବସାଧାରଣ ଖେଳ ପଡିଆ ଉପରେ ବେଆଇନ ଭାବେ ଏବେ ନିର୍ମାଣ ଚାଲିଛି ଗ୍ରାମିଣ ପାର୍କ! ଦର୍ପଣ ତହସିଲ ବାଘୁଆ ମୌଜାର ଗୋଟିଏ ପ୍ଳଟ ଓ ଗୋଟିଏ ଖାତାରେ ଏହି ଚଞ୍ଚକତା କାମ ଚାଲିଛି! ଯେଉଁ ଜମିରେ ଖେଳପଡିଆ ଥିଲା ସେଠାରେ ଏବେ ପାର୍କ ନିର୍ମାଣ ଚାଲିଥିବାରୁ ଲୋକେ ସେଠାରେ ପୂର୍ବରୁ ଥିବା ଖେଳପଡିଆକୁ ଖୋଜୁଛନ୍ତି!
ଏପରି ବେଆଇନ କାମକୁ ସ୍ଥାନୀୟ ଲୋକେ ତିବ୍ର ବିରୋଧ କରୁଥିଲେ ମଧ୍ୟ ବ୍ଳକ ପ୍ରଶାସନ ସବୁଜାଣି ଅଜଣା ସାଯିଥିବା ଅଭିଯୋଗ ହୋଇଛି! ପୂର୍ବରୁ ପ୍ରାୟ ୫ଲକ୍ଷ ବ୍ୟୟ ହୋଇଥିବା ପ୍ରକଳ୍ପକୁ ନଷ୍ଟକରି ତା ଉପରେ ପୁଣି ଆଉ ଏକ ପ୍ରକଳ୍ପ ନିର୍ମାଣ ପାଇଁ କିଏ ଅନୁମତି ଦେଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି! ଚଣ୍ଡିତଳ ଗ୍ରାମପଞ୍ଚାୟତରେ ମନରେଗା ଯୋଜନାରେ ମୃତକ ଓ ହଜିଲା ଲୋକକୁ ଶ୍ରମିକ ସଜାଯିବା ସହ ମୋ ଗୁହାଳ ଯୋଜନାରେ ହୋଇଥିବା ସରକାରୀ ଅର୍ଥ ହରିଲୁଟ ଧରାପଡିବା ପରେ ସେହି ଟଙ୍କା ଫେରାଇବା ବିବାଦ ତୁଟି ନଥିବା ବେଳେ ପୁଣି ସମ୍ନାକୁ ଆସୀଛି ଏପରି ଦୃନିତି! ଯାହାକୁନେଇ ସାଧାରଣରେ ସ୍ତାନୀୟ ସରପଞ୍ଚ,ପିଇଓ, ଯନ୍ତ୍ରୀ ଓ ବ୍ଲକ ଅଧିକାରୀଙ୍କ ଭୂମିକା ସନ୍ଦେହ ସୃଷ୍ଟି କରିଛି! ପୂର୍ବରୁ ବାଘୁଆ ମୌଜାର ଖାତା ନମ୍ବର ୧୪୫ ପ୍ଳଟ ନମ୍ବର ୩୫୦ ଉପରେ ଖେଳପଡିଆ ପାଇଁ ସରକାରୀ ଅର୍ଥ ବ୍ୟୟ କରାଯାଇ ପଡିଆ ସମତୁଲ କରାଯିବା ସହ ସେଠାରେ ସିମେଣ୍ଟ ବେଞ୍ଚ ପକାଯାଇଥିଲା!
ସୂଚନା ଫଳକ ସହ ତାହା ଏବେ ସେହି ସ୍ଥାନରେ ରହିଛି ! ହେଲେ ସେସବୁକୁ ନଷ୍ଟ କରାଯାଇ ଏବେ ସେଠାରେ ଏମଏନଆରଜିଏସ ଯୋଜନାରୁ ୫ଲକ୍ଷ ୨୦ ହଜାର ଓ ଚତୁର୍ଦଶ ଅର୍ଥ କମିସନଙ୍କ ଅନୁଦାନରୁ ୬ଲକ୍ଷ ଏପରି ମୋଟ ୧୧ଲକ୍ଷ ୨୦ ହଜର ଟଙ୍କା ବ୍ୟୟରେ ପାର୍କ ନିର୍ମାଣ କାମ ଚାଲିଛି! ଗୋଟିଏ ପ୍ଳଟ ଉପରେ ସରକାରୀ ଅର୍ଥ ବ୍ୟୟରେ କିପରି ଦୁଇଟି ପ୍ରକଳ୍ପ ହେଉଛି ତାହା ସ୍ଥାନୀୟ ଗ୍ରାମବାସୀ ପ୍ରଶ୍ନ କରିଛନ୍ତି! ଏପରି ବେଆଇନ କାମକୁ ବନ୍ଦ କରିବା ପାଇଁ ଲୋକେ ବଡଚଣା ବିଡିଓଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ବିଡିଓ ନିଦା ବିଷ୍ଣୁ ପଲଟିଥିବା ଅଭିଯୋଗ ହୋଇଛି! ବ୍ଳକର ଯେଉଁ ସହକାରୀ ଯନ୍ତ୍ରୀଙ୍କ ନାମରେ ପାର୍କର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି ତାଙ୍କୁ ଏସମ୍ପର୍କରେ ପଚାରିବାରୁ ସେ ପାର୍କ ନିର୍ମାଣ ଚାଲିଥିବା କହିଛନ୍ତି! ତେବେ ସେ ନୂଆକରି ବଡଚଣା ବ୍ଳକକୁ ଆସିଥିବାରୁ ସେହି ସ୍ଥାନରେ ଖେଳପଡିଆ ଥିବା କଥା ଜାଣିନଥିବା ସଫେଇ ଦେଇଛନ୍ତି! ତେବେ ଏହି ଦୁର୍ନୀତି ପୂର୍ଣ୍ଣ କାର୍ଯ୍ୟର ଉଚସ୍ଥରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି!
