Odisha news

ନାମାଙ୍କନ ପତ୍ର ଦାଖଲ କଲେ ସ୍ୱାଧୀନ ପ୍ରାର୍ଥୀ ବିଜୟ ଦଳବେହେରା : ଶକ୍ତି ପ୍ରଦର୍ଶନରେ ହଜାର ହଜାର ସମର୍ଥକ ସାମିଲ !!

0
ବଡ଼ମ୍ବା ୦୬/୦୫- ବଡ଼ମ୍ବା ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱାଧୀନ  ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବ ବିଜେପିନେତା ବିଜୟ କୁମାର ଦଳବେହେରା | ଶ୍ରୀ ଦଳବେହେରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନରସିଂହପୁର ଜଗନ୍ନାଥ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରି ହଜାର ହଜାର ସଂଖ୍ୟାରେ ସମର୍ଥକ ମାନଙ୍କ ସହ ବଡ଼ମ୍ବା ଭଟ୍ଟାରିକା ଓ ମଙ୍ଗଳା ମନ୍ଦିର ପୂଜା କରିବା ସହ ବଜାର ସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କୋଡିଏ ହଜାରରୁ ଉର୍ଦ୍ଧ ଦଳୀୟ ନେତୃବର୍ଗ, ଜନପ୍ରତିନିଧିଙ୍କ ସହ ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ସ୍ୱାଧୀନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ | ଏହି ନାମାଙ୍କନ ଶୋଭାଯାତ୍ରାରେ ବିଜେପି କଟକ ଜିଲ୍ଲା ଉପସଭାପତି ବିଭୁଦତ୍ତ ପଟ୍ଟନାୟକଙ୍କ ସମେତ ଜିଲ୍ଲା ଉପସଭାନେତ୍ରୀ ଦୁର୍ଗାପ୍ରିୟା ଦଳବେହେରା, ସମ୍ପାଦକ ସୂର୍ଯ୍ୟମଣି ଜେନା,ମନୋଜ କୁମାର ପଣ୍ଡା, ସାମାଜିକକର୍ମୀ ଚିନ୍ମୟ ପଟ୍ଟନାୟକ, ସନ୍ତୋଷ କୁମାର ବେହେରାଙ୍କ ସମେତ ସମସ୍ତ ମଣ୍ଡଳ ସଭାପତି, ସମ୍ପାଦକ,ଯୁବମୋର୍ଚ୍ଚା, ମହିଳାମୋର୍ଚ୍ଚା, କୃଷକମୋର୍ଚ୍ଚା ଆଦି ସାମିଲ ହୋଇଥିଲେ |
Ad2
Leave A Reply