Odisha news

ଆରଡି ଅଞ୍ଚଳରେ ବନ୍ୟା ବିଭୀଷିକା : ନଦୀ-କ୍ଷେତ-ପଥ ଏକାକାର , ବାବାମଣିଙ୍କ ମନ୍ଦିର ଦକ୍ଷିଣ ଦ୍ୱାର ସମୁଖରେ ଅଣ୍ଟାଏ ଉଚ୍ଚରୁ ପାଣି

0

ଭଦ୍ରକ/ଆରଡି :ବୈତରଣୀ ଉପର ମୁଣ୍ଡରେ ବନ୍ୟାଜଳ ହ୍ରାସ ହେଉଥିଲେ ମଧ୍ୟ ତଳ ମୁଣ୍ଡରେ ବନ୍ୟା କରାଳ ରୂପ ଧାରଣ କରିଛି । ଏପରିକି ବୈତରଣୀ ନଦୀର ଏପରି ଭାବେ ଜଳ ସ୍ତର ବୃଦ୍ଧି ପାଇଛି ନଦୀ କୂଳ ଲଂଘି ଜନବସତି ଆଡକୁ ବନ୍ୟା ପାଣି ମାଡି ଚାଲିଛି । ଫଳରେ ଆଖଣ୍ଡଳମଣିପୀଠକୁ ସବୁ ଆଡୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଆଖଣ୍ଡଳମଣି ପୀଠରୁ ଭଦ୍ରକ, ଯାଜପୁର, ଚାନ୍ଦବାଲି, ତିହିଡି, ମତୋ ଆଦି ସ୍ଥାନକୁ ସମ୍ପର୍ଣ୍ଣ ଭାବେ ଯାତାୟତ ଠପ ହୋଇଯାଇଛି ।

ସେହିପରି ପାଖାପାଖି ୨୦/୨୫ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ଶତାଧିକ ଘରେ ପାଣି ପଶିଯିବାରୁ ଲୋକମାନେ ରାଜରାସ୍ତାରେ ଆଶ୍ରୟ ନେଇଛନ୍ତି । ବନ୍ୟା ପରିସ୍ଥିତି ଏପରି ହୋଇଛି ନଦୀ-ପଥ ଓ କ୍ଷେତ ଏକାକାର ହୋଇଯାଇଛି । ତାହାସହ ଘର ଭିତରେ ପାଣି ଓ ଘର ବାହାରେ ପାଣି ଶେଷରେ ବହୁ ବିପନ୍ନ ନିଜର ଭିଟାମାଟି ନଛାଡି ଗତକାଲି ସାରାରାତି ଘର ଭିତରେ କିଏ ଖଟ ପକାଇ ବସିଛି ତ ଆଉକିଏ ସଙ୍ଗା ଉପରେ ବସି ରହିଛି । ସେହିପରି ମଣିବାବାଙ୍କ ଦକ୍ଷିଣ ଦ୍ୱାର ସମୁଖରେ ଅଣ୍ଟାଏ ଉଚ୍ଚରୁ ବନ୍ୟାପାଣି ଏବେବି ଲହଡି ଭାଙ୍ଗୁଛି ।

Leave A Reply