Odisha news

ବରିଷ୍ଠ ରାଜନେତା ଅମର ସିଂଙ୍କ ବିୟୋଗରେ ବୈଜୟନ୍ତ ପଣ୍ଡାଙ୍କ ଶୋକ

0

ଭୁବନେଶ୍ୱର : ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ବରିଷ୍ଠ ରାଜନେତା ତଥା ରାଜ୍ୟସଭା ସାଂସଦ ଅମର ସିଂଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି l

ଜାତୀୟ ରାଜନୀତିରେ ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ ଏବଂ ତାଙ୍କ ବିୟୋଗରେ ଏକ ଅପୂରଣୀୟ କ୍ଷତି ହୋଇଛି ବୋଲି ଶ୍ରୀ ପଣ୍ଡା ନିଜର ଶୋକ ବାର୍ତ୍ତାରେ କହିଛନ୍ତି l ଶ୍ରୀ ପଣ୍ଡା ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି l

Leave A Reply