Odisha news

ଆୟୁର୍ବେଦ ଅନୁସାରେ ଏହିସବୁ ଜିନିଷକୁ ଦୁଗ୍ଧ ସହିତ ଖାଇବା ଉଚିତ ନୁହେଁ , ହୋଇପାରେ ଶରୀରର କ୍ଷତି

ପୋଷଣ ଓ ସ୍ୱାଦ ପାଇଁ ଆମେ ପ୍ରାୟ ୨ଟି କିମ୍ବା ତା ଠାରୁ ଅଧିକ ଜିନିଷକୁ ଏକ ସାଙ୍ଗରେ ମିଶାଇ ଖାଇଥାଉ l କିନ୍ତୁ କିଛିଟା ଜିନିଷ ଏଭଳି ରହିଛି ଯାହାକୁ ଏକା ସହିତ ଖାଇବା ଶରୀର ପକ୍ଷରେ କ୍ଷତିକାରକ ହୋଇପାରେ l କିଛିଟା ଖାଦ୍ୟକୁ ମିଶାଇ ଖାଇବା ଦ୍ୱାରା ପାଚନ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ l ଦୁଗ୍ଧ ଗୋଟିଏ ପୌଷ୍ଟିକ ଭୋଜନ ଅଟେ l ଅଧିକାଂଶ ଲୋକ କଦଳୀ ଓ କ୍ଷୀର ମିଶାଇ ଏକ ସାଙ୍ଗରେ ଖାଇ ଥାଆନ୍ତି l କିନ୍ତୁ ଆୟୁର୍ବେଦ ରେ ଏହାକୁ ଖାଇବାକୁ ମନା କରାଯାଇଥାଏ l

* କଦଳୀ ଓ ଦୁଗ୍ଧ ଏକା ସହିତ ଖାଇବା ଦ୍ୱାରା ପାଚନ ସମସ୍ୟା ରେ ବାଧା ଉପୁଜି ଥାଏ l ତେଣୁ ଆପଣ କେବେବି ଦୁଗ୍ଧ ଓ କଦଳୀ କୁ ମିଶାଇ ଖାଇବେ ନାହିଁ l ଦୁଗ୍ଧ ସହିତ ଚେରି ମଧ୍ୟ ମିଶାଇ ଖାଇବା ଉଚିତ ନୁହେଁ l

* ଯେ କୌଣସି ଖଟା ଫଳ କମଳା ,ଲେମ୍ବୁ ,ଅଙ୍ଗୁର , ଅଁଳା ,ଆପେଲ ଇତ୍ୟାଦି କୁ ଦୁଗ୍ଧ ସହିତ ମିଶାଇ ଖାଇବା ଉଚିତ ନୁହେଁ l କାରଣ ଏହା ବିଭିନ ପ୍ରକାର ଯନ୍ତ୍ରଣା ର କାରଣ ହୋଇଥାଏ l

* ଦୁଗ୍ଧ ସହିତ କେବେବି ଦହି ମିଶାଇ ଖାଇବା ଉଚିତ ନୁହେଁ l ଏହା ବାତ ,ପିତ ଓ ଅମ୍ଳ ର କାରଣ ହୋଇଥାଏ l

* ଦୁଗ୍ଧ ସହିତ କେବେବି ଆମିଷ ଭକ୍ଷଣ କରିବା ଉଚିତ ନୁହେଁ l କାରଣ ଏହା ଫୁଡ ପଏଜନିଙ୍ଗ ର କାରଣ ହୋଇଥାଏ l

* ଦୁଗ୍ଧ ସହିତ ସବୁବେଳେ ମହୁ କିମ୍ବା ଗୁଡ ସେବନ କରିବା ଆବଶ୍ୟକ l ଏହା ଆପଣଙ୍କ ଶରୀରକୁ ବିଭିନ ରୋଗରୁ ଦୁରେଇ ରଖିବା ସହ ଶରୀର କୁ ସମ୍ପୂର୍ଣ ପୋଷଣ ଯୋଗାଇବ l ଆପଣ ବାତ ,ପିତ ,ଅମ୍ଳ ଠାରୁ ଦୁରେଇ ରହିବା ସହିତ ଆଣ୍ଠୁଗଣ୍ଠି ଯନ୍ତ୍ରଣା ରୁ ମଧ୍ୟ ଆରମ୍ ପାଇବେ l

Shares