Odisha news

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ କରୋନା ସଚେତନତା

0

ନୟାଗଡ଼: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନୟାଗଡ଼ ଜିଲ୍ଲା ଶାଖାର କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ନୟାଗଡ଼ ବ୍ଲକ ମାଛିପଡ଼ା ଗ୍ରାମ ପଞ୍ଚାୟତ କାନକଟା ଓ ଶିଆଳିଖୋଲ ଗାଁର ଲୋକଙ୍କ ମଧ୍ୟରେ କରୋନା ଭୂତାଣୁ ସଂପର୍କରେ ସଚେତନ ସୃଷ୍ଟି କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗାଁର ଛାତ୍ର ଛାତ୍ରୀମାନଙ୍କୁ କେତେକ ଶିକ୍ଷା ଉପକରଣ ଓ ମାସ୍କ ବଣ୍ଟନ କରା ଯାଇଥିଲା ।

ସାମଜିତ ଦୂରତା ରଖିବା ସହିତ ମାସ୍କ ପିନ୍ଧି ଭୟଙ୍କର କରୋନା ଭୂତାଣୁ ଠାରୁ ନିରାପଦରେ ରଖିବା ନେଇ ଅଖିଳ ଭାରତୀ ବିଦ୍ୟାର୍ଥୀ ପରିଷଦ ସଂଗଠକମାନେ ଲୋକଙ୍କୁ ବୁଝାଇଥିଲେ । ଜିଲ୍ଲା ସଂଯୋଜକ ପରମେଶ୍ୱର ସାହୁ, ନଗର ସଂପାଦକ ଦିଲ୍ଲୀପ ନାୟକଙ୍କ ସହିତ ପ୍ରଫୁଲ୍ଲ କୁମାର ସ୍ୱାଇଁ, ସାଗର ଗୁରୁ, ବିଶ୍ୱରଂଜନ ବେହେରା, ରାଜେଶ ପାତ୍ର, ସଚିକାନ୍ତ ବାଇ, ରିଷୀ ପଟ୍ଟନାୟକ, ପ୍ରତାପ କୁମାର ସାହୁ, କୃପାଷିନ୍ଧୁ ରାଉତ ଏବଂ କାହ୍ନୁ ଚରଣ ନାୟକ ଆଦି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Govt
Leave A Reply