କେନ୍ଦ୍ରାପଡା-୧୩/୦୫ କେନ୍ଦ୍ରାପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଏକ ଆଇନ ସଚେତନତା ଶିବିର ନୂତନ କୋର୍ଟ ପରିସର ରେ ଅନୁଷ୍ଠିତ ହୋଇଯାଇଛି । ବୁଧବାର ଅନୁଷ୍ଠିତ ଏହି ଶିବିର ରେ ମାନ୍ୟବର ଜିଲ୍ଲା ଦୈାରା ଜର୍ଜ ବାସୁଦେବ ପଣ୍ଡାଙ୍କ ଅଧ୍ୟକ୍ଷତା କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଇନ ରେ ଥିବା ବିଭିନ୍ନ ବ୍ୟବସ୍ଥା ଯଥା ଏତଲା, ସମନ, ୱାରେଣ୍ଟ, ଜାମିନ, ଆଇନଗତ ପରିପ୍ରକାଶ, ଅଧିକାର ଏବଂ ଅପିଲ ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା । ସଭା ପ୍ରାରମ୍ଭରୁ ଉପସ୍ଥିତ ଥିବା ସମସ୍ତ ବିଚାରପତି, ଆଇନଜୀବି ମାନଙ୍କୁ ସାନିଟାଇଜେସନ କରାଯାଇ ସମସ୍ତଙ୍କୁ ସାନିଟାଇଜର ଦିଆଯାଇଥିଲା ।
ଏବଂ ମହାମାରୀ କରୋନା ର କିପରି ମୁକାବିଲା କରାଯାଇ ପାରିବ ସେନେଇ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଇ ଥିଲା । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚୀବ ମଳୟ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଦୈାରାଜର୍ଜ , ମାନ୍ୟବର ମୋହନ ଦୈାରା, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଜ୍ଞାନ ରଞ୍ଜନ ପଟ୍ଟାନାୟକ, ଅତିରିକ୍ତ ଦେୱାନୀ ଜର୍ଜ ସୋଭେନ କାନୁନଗୋ, ରେଜିଷ୍ଟାର ପୂର୍ଣ୍ଣ ଶ୍ଳୋକ ରଥ ଏସଡିଜିଏମ ପ୍ରଜ୍ଞା ପୂଜା ପଦ, ଦେୱାନୀ ଜର୍ଜ ନିସିତା ଚଣ୍ଡକ, ଜେଏମଏଫସି ପାରେସ ପାଢୀ, ସରିତା ପଣ୍ଡା, ମିସ ଜରିନ୍ ଖାଁ ଙ୍କ ସହ ସମସ୍ତ ପିଏଲଡି ସଦସ୍ୟ/ସଦସ୍ୟା ଓ ଅନ୍ୟ କୋର୍ଟର କର୍ମଚାରୀ ଉପସ୍ଥିତ ଥିଲେ ।