ଠାକୁରମୁଣ୍ଡା ତା ୧୭/୦୧ : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ମାଛଗଡ଼- ଅସନବଣି ରାସ୍ତା ର ସାରୁବିଲ ନିକଟରେ ସମବାର ରାତି ପ୍ରାୟ ୯ ଟା ୩୦ ସମୟରେ ଭାରସାମ୍ୟ ହରାଇ ଏକ ଓଟୋ ଓଲଟି ପଡିବାରୁ ଘଟଣାସ୍ଥଳ ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଓଟୋ ର ଡ୍ରାଇଭର ସମେତ ୧୧ ଜଣ ଆହତ ହୋଇଥିବା ର ଜଣାପଡିଛି।ଦୁର୍ଘଟଣା ରେ ମୃତ ମହିଳା ଜଣକ ହେଉଛନ୍ତି ଶରତ ଥାନା ଅନ୍ତର୍ଗତ ନୋଟ ଗ୍ରାମର ଶତ୍ରୁଘନ ମାହାନ୍ତ ଙ୍କ ସ୍ତ୍ରୀ ଅହଲ୍ୟା ମହାନ୍ତ (୨୩) ବୋଲି ଜଣାପଡ଼ିଛି।ଦୁର୍ଘଟଣା ପରେ ଘଟଣାସ୍ଥଳ ରୁ ଅନ୍ୟ ଏକ ଓଟ ଓ ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତ ଙ୍କୁ ଉଦ୍ଧାର କରାଯାଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।ଘଟଣାସ୍ଥଳ ରେ ଠାକୁରମୁଣ୍ଡା ଥାନା ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଓଡ଼ି ୦୯ -୭୮୬୦ ନମ୍ବର ବିଶିଷ୍ଟ ଓଟୋ କୁ ଜବତ କରି କେଶନଂ 7/2023ଅନୁଯାଇ ମୃତ ଦେହ କୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।
