Odisha news

ତ୍ରିରଙ୍ଗା ପଦଯାତ୍ରା , ଦେଶବାସୀ ଜାତୀୟ ପତାକାକୁ ସର୍ବାଗ୍ରେ ସ୍ଥାନ ଦେବାକୁ ନିବେଦନ : ସମୀର ମହାନ୍ତି

0

 ‘ହର୍ ଘର୍ ତ୍ରିରଙ୍ଗା’ ବା ‘ଘର ଘର ତ୍ରିରଙ୍ଗା’ ଅଭିଯାନ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ପାଳନ କରାଯିବ
ଭୁବନେଶ୍ୱର, ତା. ୦୯/୦୮ : ଆଜିଦିକା ଅମୃତ ମହୋତ୍ସବକୁ ସ୍ମରଣୀୟ ରଖିବା ଓ ଜାତୀୟ ପତାକାକୁ ସର୍ବାଗ୍ରେରେ ରଖିବା ପାଇଁ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଆଜି କଟକ ଜିଲ୍ଲା ବାଙ୍କୀ ଏନଏସିରେ ‘ଘର ଘର ତ୍ରିରଙ୍ଗା’ ପଦଯାତ୍ରା କରି ସାଧାରଣ ଜନତା ଘରେ ଘରେ ତ୍ରିରଙ୍ଗା ପତାକା ଉଡାଇବାକୁ ଅନୁରୋଧ କରିଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସ୍ୱାଧୀନତା ୭୫ ବର୍ଷ ପୂର୍ତି ଅବସରରେ ଦେଶ ଆଜି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ଆଦିବାସୀ, ହରିଜନ, ଦଳିତ ଓ ବୃଦ୍ଧ/ବୃଦ୍ଧାଙ୍କୁ ବିଶେଷଙ୍କୁ ତ୍ରିରଙ୍ଗା ପତାକା ଓ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଚିତ୍ର ଦେବା ସହ ଘରେ ଘରେ ତ୍ରିରଙ୍ଗା ଉଡାଇବାକୁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି । ଯଶ୍ୱସୀ ମୋଦୀଙ୍କ ‘ଘର ଘର ତ୍ରିରଙ୍ଗା’ ଆହ୍ୱାନକୁ ସଫଳ କରିବା ଲାଗି ସହରଠୁ ଗାଁ ପ୍ରତ୍ୟେକ ଜାଗାରେ ତ୍ରିରଙ୍ଗା ପତାକା ଉଡାଇ ଆମେ ସ୍ୱାଧୀନ ବୋଲି ଗର୍ବ କରିବା ନେଇ ଶ୍ରୀ ମହାନ୍ତି ରାଲି ମାଧ୍ୟମରେ ସଚେତନ କରାଇଛନ୍ତି ।
କଟକର ଜିଲ୍ଲା ଏନଏସି ଅଂଚଳରେ ପଦଯାତ୍ରା ବେଳେ ‘ଉଡ୍ରେ ତ୍ରିରଙ୍ଗା ଉଡ୍’ ସଙ୍ଗୀତ ବାଜିବା, ସାଧାରଣ ଜନତା ବାଦ୍ୟ ଓ ନୃତ୍ୟ କରିବା ସହ ତ୍ରିରଙ୍ଗା ଯାତ୍ରାକୁ ସଫଳ କରିବା ଲାଗି ହଜାର ହଜାର ସଂଖ୍ୟାରେ ସାଧାରଣ ଜନତା ସାମିଲ ହୋଇଥିଲେ । ତ୍ରିରଙ୍ଗା ଯାତ୍ରାରେ ଦେଶ ବିକାଶର ଅବଦାନ ରଖି ଯାଇଥିବା ମହାପୁରୁଷ ଓ ରାଷ୍ଟ୍ରନାୟକଙ୍କ ପ୍ରେରଣାକୁ ମନେ ପକାଇ ଆତ୍ମନିର୍ଭର ଭାରତ ଗଠନ ପାଇଁ ସଂକଳ୍ପ ଅମୃତ ମହୋତ୍ସବର ମୂଳ ଲକ୍ଷ୍ୟ ।
ଆସନ୍ତା ସ୍ୱାଧୀନତା ଦିବସ ବର୍ତମାନ ଯୁବପୀଢି ପାଇଁ ଅମୃତ ସଦୃଶ । ଅମୃତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଆହ୍ୱାନକ୍ରମେ ‘ହର୍ ଘର୍ ତ୍ରିରଙ୍ଗା’ ବା ‘ଘର ଘର ତ୍ରିରଙ୍ଗା’ ଅଭିଯାନ ଅଗଷ୍ଟ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ପାଳନ କରାଯିବ । ଏନେଇ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତାଙ୍କ ସହ ବାଙ୍କୀ ଏନଏସି ଜନତା ପଦଯାତ୍ରାରେ ସାମିଲ ହୋଇ ଯଶ୍ୱସୀ ମୋଦୀଙ୍କ ଆହ୍ୱାନଙ୍କୁ ସମ୍ମାନ ଜଣାଇ ଘରେ ଘରେ ତ୍ରିରଙ୍ଗା ପଂହଚାଇବାକୁ ଉଦ୍ୟମ କରୁଥିବାରୁ ଶ୍ରୀ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି ।
ଏହି ଅବସରରେ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବାଙ୍କୀ ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ ପ୍ରମୁଖଙ୍କ ସହ ଅନେକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ ।
(ବିଜେପି ମିଡିଆ ସେଲ୍)

Nalco
Leave A Reply