ଆଠଗଡ ତା ୬/୧୨/୨୨ ଆଠଗଡ ଥାନ ଅଂଚଳରେ ଥିବା ବିଭିନ୍ନ ମନ୍ଦିରର ଠାକୁର ଠାକୁରାଣୀଙ୍କ ମୂର୍ତ୍ତି ଓ଼ ପୂଜା ସାମଗ୍ରୀ ବରମ୍ବାର ଚୋରି ହେଉଥିବା ଆଠଗଡ ଥାନାର ଅଭିଯୋଗ ହୋଇଆସୁଥିଲା ।ଏଥି ପ୍ରତି ଆଠଗଡ ପୋଲିସ୍ ଲୁଟେରା ଙ୍କୁ ଧରିବା ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଟିମ ତଦନ୍ତ ଆରମ୍ଭ କରିଥିଲେ, ଏପରି ସମୟରେ ଆଠଗଡ଼ ଥାନା ଅନ୍ତର୍ଗତ କଟିକିଆ ସାହି ପଞ୍ଚାୟତ ବାବା ସର୍ପେଶ୍ୱରଙ୍କ ମନ୍ଦିର ପିତଳ ଶିବ ପାର୍ବତୀ ମୂର୍ତ୍ତି, ଘଣ୍ଟା ଘଣ୍ଟି, ଠାକୁରଙ୍କ ପିତଳ ଓ଼ କଂଶା ବାସନ କୁଶନ ଗତ ତା ୨ ତାରିଖ ରେ ଚୋରି ହୋଇଥିବା ଆଠଗଡ଼ ଥାନାରେ ଏତଲା ଦିଆଯାଇଥିଲା, ଆଠଗଡ କେଶ ନମ୍ବର 105/2022 ରୁଜୁ କରାଯାଇଥିଲା, ।, ଆଜି ଆଠଗଡ ଥାନା ଅନ୍ତର୍ଗତ ବଉଳପଦା ଗ୍ରାମର ତ୍ରିନାଥ ସ୍ୱାଇଁ, ସେହି ଗ୍ରାମର ପଙ୍କଜ ବେହେରା ଓ଼ ଖୁଣ୍ଟୁଣୀ ଥାନା ଘାଣ୍ଟିଖାଲ ଗ୍ରାମର ମିଞ୍ଜା ନରତରୀଆଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ କିଛି ଚୋରି ସାମଗ୍ରୀ ଜବତ କରିଥିବା ବେଳେ ମୂର୍ତ୍ତିଟିକୁ ଅଜଣା ବ୍ୟକ୍ତିଙ୍କୁ ବିକି ଦେଇଥିବା ପ୍ରକାଶ କରିଥିଲେ । ଧାରା୪୫୭,୩୮୦ ଆଇପିସି ଲଗାଇ ତିନି ଜଣଙ୍କୁ କୋଟ ଚାଲାଣ କରିଥିବା ଥାନା ଅଧିକାରୀ ବାମଦେବ ସ୍ବାଇଁ ପ୍ରକାଶ କରିଥିଲେ
