ଆଠଗଡ଼ ତା ୧୯/୧୨/୨୨ ଆଠଗଡ଼ ମହୋତ୍ସବ ପଞ୍ଚମ ସନ୍ଧ୍ୟାର ଉତ୍ସବ କୁ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ପ୍ରଦିପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲ। ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ ପୌରାହିତ କରିଥିଲେ, ଆଠଗଡ ତହସିଲଦାର ପ୍ରିୟବ୍ରତ ଦାସ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ, ମୁଖ୍ୟ ଅତିଥି ଡ଼ ସାହୁ ଆମ ରାଜ୍ୟର କଳା ସାହିତ୍ୟ, ସଂକୃତିକୁ ନଷ୍ଠ କରିବା ପାଇଁ ପୂର୍ବରୁ ଇଂଗ୍ରେଜ ମାନେ ଉଦ୍ୟମ କରି ଆମକୁ ଭାଗ ଭାଗ କରି ରଖିଥିଲେ, ବର୍ତ୍ତମାନର ସରକାର ଆମ ଭାଇଚାରା ସଂସ୍କୃତିକୁ ରାଜ୍ୟରେ ଏକାଠି କରିବା ପାଇଁ ୫ ଶହରୁ ଉର୍ଦ୍ଧ ସ୍ଥାନରେ ମହୋତ୍ସବ ଆୟୋଜନ କରୁଛନ୍ତି ବୋଲି କହିଥିଲେ, ଆଜି ମହୋତ୍ସବର ଅନ୍ତିମ ଦିବସ ଥିଲା ମାତ୍ର ଏହାକୁ ଗୋଟିଏ ଦିନ ପାଇଁ ବଢ଼ା ଯାଇଛି, ଆଜିର ମହୋତ୍ସବର ଉଦଯାପନୀ ଦିବସରେ ମାନ୍ୟବର ପର୍ଯ୍ୟଟନ ଓ଼ ସଂକୃତି ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର ଥିଲା, ଓଡ଼ିଶାର ମହାଅଧିବକ୍ତା ଅଶୋକ କୁମାର ପରିଜା ବିଶିଷ୍ଠ ସଂମ୍ମାନିତ ଅତିଥି ଭାବେ ଆସିବା ପାଇଁ ନିମନ୍ତ୍ରଣ ପତ୍ରରେ ଛପା ଯାଇଥିଲା, ମାତ୍ର ସେମାନଙ୍କ ଅନୁପସ୍ଥିତରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କୁ ମୁଖ୍ୟ ଅତିଥି ଭାବେ ଆସନ ଅଳଙ୍କୃତ କରିବାକୁ ପଡିଥିଲା, ପ୍ରାରମ୍ଭରେ ପାଲା ଦାସକାଠିଆ ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଇରା ମହାନ୍ତି ଓ ସାଥିମାନଙ୍କ ଦ୍ବାରା ମେଲୋଡି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପ୍ରବଳ ଶିତ ସତ୍ୱେ ଜନସମାଗମ ବୃଦ୍ଧି ପାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକମାନେ ଇରା ମହାନ୍ତି ଙ୍କ ସଙ୍ଗୀତ ରେ ଝୁମିଜାଇଥିଲେ।
