ଆଠଗଡ ତା ୧/୧୨/୨୨ ଆଜି ଅପରାହ୍ନରେ ଆଠଗଡ଼ ଥାନା ବେତ ଖୋଲି ଗ୍ରାମ ର ଦୁଇ ଜଣ ଚାଷୀ ଶରତ ନାୟକ (୫୫) ବର୍ଷ ଓ ନିସାକାର ନାୟକ (୭୦) ଧାନ ବିଲକୁ ଯାଉଥିବା ବେଳେ ଆଠଗଡ଼ ପଟୁ ଦୁଇଟି ବାଇକ୍ ଦୃତ ଗତିରେ ଆସି ନିଜ ନିଜ ମଧ୍ୟରେ ଧକ୍କା ହେବା ସହ ଶରତ ଓ ନିସାକର ଉପରେ ପଡ଼ିଥିଲେ। ଘଟଣା ସ୍ଥଳରେ ଦୁଇ ଆହତ ଚାଷୀ ଙ୍କୁ ସ୍ଥାନୀୟ ଲୋକେ ଆଠଗଡ଼ ମେଡିକାଲ କୁ ଆଣିଥିଲେ।ଶରତ ନାୟକ ଙ୍କ ର ମୁଣ୍ଡ ଓ ଥୋଡିରେ ଆଘାତ ଲାଗିଥିବା ବେଳେ ନିଶାକର ଙ୍କ ର ପଛ ମୁଣ୍ଡରେ ଆଘାତ ଲାଗି ବାନ୍ତି ହୋଇଥିବାରୁ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇଛି। ଘଟଣା ସ୍ଥଳରେ ଓଡି ୦୫ ଏ ୩୮୨୩ ଏବଂ ଓଡି ୦୫ ଏ ୮୩୨୨ ହିରୋ ଗାଡ଼ି ଦୁଇଟି ପଡିରହିଥିବା ବେଳେ ଗ୍ରାମ ବାସୀ ମାନେ ଜବତ୍ କରିଛନ୍ତି। ଆଠଗଡ ଥାନା ଅଧିକାରୀ ଅନୁପସ୍ଥିତ ଥିବା ବେଳେ ଆଠଗଡ଼ ଥାନାର ଡିସିଓ ଦାୟିତ୍ବରେ ଥିବା ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ରାଧାକାନ୍ତ ରାଉତ ତାଙ୍କ ନିକଟରେ କିଛି ସୂଚନା ନଥିବା କରିଥିଲେ।
ଏଠାରେ ପ୍ରକାଶ ଯୋଗ୍ୟ ଦୁର୍ଘଟଣା ସ୍ଥଳ ଠାରୁ ମାତ୍ର କେଇ ମିଟର ଦୂରରେ ଗତ ସପ୍ତାହରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କ କାର୍ ଦୁର୍ଘଟଣା ରେ ଜଣେ ଯୁବକ ଙ୍କ ଜିବନ ଯାଇଥିଲା।ସେହି ଖବର ସାରା ରାଜ୍ୟର ଖବର କାଗଜ ଓ ଟିଭି ଚ୍ୟାନେଲ ରେ ଚର୍ଚା ର ବିଷୟ ହୋଇଥିଲା। ଭୂବନେ ଶ୍ୱର ଆଠଗଡ଼ ରାସ୍ତା ର ରାଜନଗର ଠାରୁ ମେଘା ପର୍ଯ୍ୟନ୍ତ ପ୍ରାୟ ୫ କିମି ରାସ୍ତା ଅଙ୍କା ବଙ୍କା ଓ ଜଙ୍ଗଲିଆ ହୋଇଥିବା ବେଳେ ଖାଲ ଢିପରେ ପରିଣତ ହୋଇଛି।ନା ପୂତ ବିଭାଗ ନା ପୋଲିସ ଦୃଘଟଣା ରୋକିବାକୁ କୋୖଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଜଣାପଡିଛି। ଆଜିର ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଛି। ପୂର୍ତ୍ତବିଭାଗ ପକ୍ଷରୁ ଅନ୍ଧାରିଆ ସ୍ଥାନରେ ଲାଇଟ୍ ଲଗାଇବା ଖାଲ ଢିପ ମରାମତି କରିବା ଓ ପୋଲିସ ପକ୍ଷରୁ ମଦ ପିଇ ଗାଡ଼ି ଚଳାଉଥିବା ଗାଡ଼ି ଚାଳକ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ସାଧାରଣ ରେ ଦାବି ହେଉଛି।
