ଆଠଗଡ ୧୫/୧୦/୨୨/ ଆଠଗଡ଼ ବିଶ୍ୱନାଥ ବିଦ୍ୟାପିଠ ପରିସରରେ ଆଠଗଡ଼ ବ୍ଲକ ପ୍ରାଣୀ ଚିକିତ୍ସାଳୟ ତରଫରୁ ବିଶ୍ୱ ଅଣ୍ଡା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଡାକ୍ତର ସୁଶାନ୍ତ କୁମାର ବେହେରା ଏବଂ ଡାକ୍ତର ଅନ୍ୱେଷା ଗିତିକା ପାୱାର ପଏଣ୍ଟ ମାଧ୍ୟମରେ ବିଶ୍ୱନାଥ ବିଦ୍ୟାପିଠ ର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଅଣ୍ଡାର ଉପକାରିତା ସମ୍ପର୍କରେ ବୁଝାଇଥିଲେ।ଅଣ୍ଡା ଖାଇବା ଦ୍ବାରା ସେଥିରେ ଥିବା ପୃଷ୍ଟିସାର, ଭିଟାମିନ,କୋଲୋଷ୍ଟୋରୋଲ ଏବଂ ଶ୍ୱେତସାର ମିଳୁଥିବାରୁ ଆମ ସ୍ୱାସ୍ଥ୍ୟ ପାଇଁ ହିତକର ବୋଲି ବିସ୍ତ୍ରୁତ ଭାବରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱନାଥ ବିଦ୍ୟାପିଠ ର ପ୍ରଧାନ ଶିକ୍ଷକ ଶ୍ରୀ ଅମର କୁମାର ମହାରଣା ପ୍ରାଣୀ ଚିକିତ୍ସାଳୟ ପୋଗ୍ରାମ ଆସିଷ୍ଟାଣ୍ଟ ଲକ୍ଷ୍ମୀ ପ୍ରିୟା ଗୋଛି, ପ୍ରମୋଦ ନାୟକ,ଓ ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
