ଆଠଗଡ ତା ୧୩/୧୦/୨୨ଆଠଗଡ ବ୍ଲକ ଅନ୍ତର୍ଗତ ତରଡିଙ୍ଗ ପଞ୍ଚାୟତର ବାଇଲୋ ଗ୍ରାମର ଶିକ୍ଷକ ବିଚିତ୍ରାନନ୍ଦ ବେଉରା ବିଷଧର ସାପ କାମୁଡ଼ାରେ ମୁତ୍ୟୁ ବରଣ ହୋଇଛି। ଘଟଣାରୁ ପ୍ରକାଶ ଯେ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ କଟକ ଜିଲ୍ଲାର ସହ କାର୍ଯ୍ୟବାହ ଥିଲେ ଏବଂ ସେ ନିକଟସ୍ଥ କନ୍ୟା ଆଶ୍ରମ ସ୍ଲୁଲ ରେ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିଲେ।ସେ ଜଣେ ସମାଜ ସେବି ଭାବେ ନିଜ ଅଂଚଳରରେ କାର୍ଯ୍ୟ କରିବା ସହ ବହୁ ସମୟ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷଦାନ କରି ଚର୍ଚାରେ ଥିବା ଶିକ୍ଷକ ବେଉରା ଆଜି ନିଜ ଚାଷ ଜମିରେ କୀଟନାଶକ ଔଷଧ ପକାଉଥିବା ବେଳେ ତାଙ୍କୁ ଏକ ବିଷଧର ସାପ କାମୁଡି ଦେଇଥିଲା ।
ପ୍ରଥେମେ ମାଧପୁର ପରେ ତାଙ୍କୁ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିଲା, ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୁତ୍ୟୁ ହୋଇଥିଲା, ଖବର ପାଇ ଜିଲ୍ଲା ସ୍ତରୀୟ ବହୁ କର୍ମ କର୍ତ୍ତା ଆସି ଉପସ୍ଥିତ ହୋଇଥିଲେ, ଶବ ଵେବଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ପରିବାର ପକ୍ଷରୁ ନିଜ ଗ୍ରାମ ଶ୍ମଶାନରେ ଶେଷ କୃତ ସମ୍ପର୍ଣ୍ଣ ହୋଇଥିଲା ତାଙ୍କର ଏକ ମାତ୍ର ପୁଅ ମୁଖାଗ୍ନି ଦେଇଥିଲେ ।ଏହି ସ୍ଥାନଟି ଶହ ଶହ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା।
ସେହିପରି ଆଠଗଡ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମର ଖଣ୍ଡାୟତ ଜାତିର ମୁରବି ଜମ୍ବେଶ୍ୱର ପ୍ରଧାନଙ୍କ ଅକାଳ ବିୟାଗ, ଖବର ପାଇ ସାରା ଗ୍ରାମରେ ଶୋକାକୁଳ ପାରିବେଶ, ପ୍ରଧାନ ଯୁବକ ଅବସ୍ଥାରେ ଗ୍ରାମରେ ନିଜ ଖଣ୍ଡାୟତ ଜାତି ପାଇଁ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟ କରିବା ସହ ଗ୍ରାମର ବହୁ ସମାଜ ସେବା କାମରେ ନିଜକୁ ନିୟୋଜିତ କରିଥିଲେ ଏବଂ ବିଭିନ୍ନ ଅନୁଷ୍ଠାନର ଦାଇତ୍ୱ ତୁଲାଇ ଆସିଥିଲେ, ନାଚ, ପାଲା, ଖେଳ ପାଇଁ ପ୍ରୋତ୍ସାହନ ଦେଉଥିବା ମୁରବି ପ୍ରଧାନ ଗତ କିଛି ଦିନ ଧରୀ ସ୍ଵାଶ ରୋଗରେ ଭୁବନେଶ୍ୱରରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ, କିନ୍ତୁ ଗତ କାଲି ମଧ୍ୟ ରାତ୍ରରେ ତାଙ୍କ କନ୍ଦରପୁର ସ୍ଥିତି ବାସ ଭବନରେ ଶ୍ୱାସରୁଦ୍ଧ ହୋଇ ମୁତ୍ୟୁ ଘଟିଥିଲା ,ଖବର ପାଇଁ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ବନ୍ଧୁ ପରିଜନ ପହଂଚିବା ସହିତ ଏକ ପାଟୁଆରେ ଗ୍ରାମ ପରିକ୍ରମା କରି ଗ୍ରାମ ଶ୍ମଶାନରେ ଶବ ଦାହ କରାଯାଇଥିଲା ।
