Odisha news

ଆରତୀ ଷ୍ଟିଲ କାରଖାନାର ମନ ମୁଖୀ କାର୍ଯ୍ୟପାଇଁ ସାମ୍ବାଦିକ ସମ୍ମିଳନୀ

0

ଆଠଗଡ ତା ୨୫/୮/୨୨ ଆଠଗଡ଼ ନିକଟରେ ଗଢି ଉଠିଥିବା ଆରତୀ ଷ୍ଟିଲ କମ୍ପାନୀର ମନମୁଖୀ କାର୍ଯ୍ୟ ପାଇଁ  ସ୍ଥାନୀୟ ଅଂଚଳରେ ଜନ ଆନ୍ଦୋଳନ ଜୋର ଧରିଲାଣି। ଆଜି ସ୍ଥାନୀୟ ରଥଗଡାଠାରେ ଥିବା ସମାଜ ସେବି ତଥା ଅବସରପ୍ରାପ୍ତ ସେନାକର୍ମଚାରି  ଯୁବ ସଂଗଠକ ଅଭୟ କୁମାର ବାରିଙ୍କ କାର୍ଯ୍ୟଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କମ୍ପାନୀରେ ଚାଲିଥିବା ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଆନ୍ଦୋଳନ ଧମକ ଦେଇଛନ୍ତି।ସ୍ଥାନୀୟ ଜନ ପ୍ରତିନିଧିଙ୍କୁ  ସମବାୟ ଦୁର୍ନୀତି  ଓ ରୁଚିକା ମହାନ୍ତି ହତ୍ୟା ଘଟଣା ପ୍ରଶ୍ନ ପଚରିବାରୁ କଖଡି ଗ୍ରାମର ସଞ୍ଜୟ କୁମାର ସାହୁ  ସହକାରୀ କନିଷ୍ଠ  ଅଧିକାରୀ ଏବଂ କମ୍ପାନୀ କ୍ୟାଣ୍ଟିନରେ କାର୍ଯ୍ୟ କରୁଥିବା ଗଗନ କୁମାର ବାରିକଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଆଭିଯୋଗ ହୋଇଛି।ଏ ବାବଦରେ କମ୍ପାନୀ କତୃପକ୍ଷଙ୍କୁ ପଚାରିବାରୁ କମ୍ପାନୀ ମ୍ୟାନେଜର ସରୋଜ କୁମାର ଜେନା ଏ ବାବଦରେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ବିନା କୌଣସି କାର୍ଯ୍ୟ ହୋଇପାରିବ ନାହିଁ ବୋଲି ଏକ ଅଡିଓ ରେକଡିଂଙ୍ଗ ସାମ୍ବାଦିକ ସମ୍ମିଳନୀରେ ଶୁଣାଯାଇଥିଲା। ପରେ କମ୍ପାନୀ କର୍ତୃପକ୍ଷ କମ୍ପାନୀ ପ୍ରତିଷ୍ଠା ସମୟରେ  ହୋଇଥିବା mou ର ସର୍ତ୍ତାବଳିକୁ ପୂରଣ କରୁ ନାହାଁନ୍ତି। ଏପରିକି ୨୦୧୧ ମସିହା ପରଠାରୁ  mou ନବୀକରଣ ହୋଇ ନ ଥିବା ଆଭିଯୋଗ ହୋଇଛି।ଏପରି ସମୟରେ ଆଠଗଡ ଅଞ୍ଚଳରେ ଗଢି ଉଠିଥିବା ସମସ୍ତ କାରଖାନାର ପରିବହନ ବ୍ୟବସ୍ଥାକୁ ଜେଜେ ଆସୋସିଏଟସ ନିୟନ୍ତ୍ରଣ  କରୁଥିବା ଏବଂ ତାହାର ମାଲିକ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସଂମ୍ପର୍କୀୟ ଭଣଞ୍ଜା ବୋଲି ଆଭିଯୋଗ ହୋଇଛି, ସୂଚନା ଅଧିକାର ଆଇନ  ତଥ୍ୟ ଅନୁଯାଇ କଟକ ସଦର ତହସିଲ ଅଧୀନରେ ଥିବା କଖଡି ଠାରେ ଆରତୀ ଷ୍ଟିଲ  କମ୍ପାନୀ କରିଥିବା ଭୁତଳ ନଳକୂପ ପାଇଁ କୌଣସି ଜମି ଅଧିଗ୍ରହଣ କରାଯାଇ ନାହିଁ, କମ୍ପାନୀ କତୃପକ୍ଷ ବେଆଇନି ଭାବରେ ମହାନଦୀ ଜଳର ଦୁରୁପ ଯୋଗ କରୁଥିଵା ଆଭିଯୋଗ ହୋଇଛି, ନିଯୁକ୍ତି କ୍ଷେତ୍ରରେ କମ୍ପାନୀ କତୃପକ୍ଷ ଚୁକ୍ତିର ଖୋଲା ଉଲଘଂନ  କରି ସ୍ଥାନୀୟ ନିଯୁକ୍ତି କ୍ଷେତ୍ରରେ ଅଣ ଦେଖା କରୁଥିବା ଆଭିଯୋଗ ହୋଇଛି। ଏ ପରିକି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ଆଇନୀ କୁ କମ୍ପାନୀ କତୃପକ୍ଷ ଖୋଲାଖୋଲି ଉଲଘଂନ  କରିଥିବା ଆଭିଯୋଗ ହୋଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ , ଆଇନୀ ଜିବି ଜ୍ଞାନରଞ୍ଜନ ମହାପାତ୍ର  କଖଡିର ପୂର୍ବତନ ସରପଞ୍ଚ ସୁନୀଲ କୁମାର ସୁତାର,ସଂଜୟ କୁମାର ସାହୁ, ଗଗନ କୁମାର ବାରିକ, ପରିଚାଳନାରେ ସହଯୋଗ କରିଥିଲେ ସରୋଜ କୁମାର ଦାସ, ପ୍ରଶାନ୍ତ କୁମାର ସାହୁ, ତାପସ ସାହୁ, ଲୁଲୁ ଦାସ ପ୍ରମୁଖ ସହଯୋଗ କରିଥଲେ ।

Nalco
Leave A Reply