Odisha news

ଧାନ ବିକ୍ରି ପାଇଁ ଚାଷୀ ପଞ୍ଜିକରଣ ପ୍ରଶିକ୍ଷଣ ଶିବିର

0
ଆଠଗଡ଼ ତା୧୦-୭-୨୪ ଆଠଗଡ଼ ବ୍ଲକ ସମ୍ମିଳନୀ କକ୍ଷରେ ଚଳିତ ବର୍ଷ ୨୦୨୪-୨୫ ଖରିଫ୍ ଋତୁରେ ଧାନ କିଣା ପାଇଁ ଚାଷୀ ପଞ୍ଜିକରଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।   ଏହି ପ୍ରଶିକ୍ଷଣ ଶିବିର ରେ ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ଆଠଗଡ଼ ତିଗିରିଆ ବଡ଼ମ୍ବା ଏବଂ ନରସିଂହପୁର ବ୍ଲକ ରେ ଥିବା ୭୫ ଟି ସେବା ସମବାୟ ସମିତି ମାଧ୍ୟମରେ ଚାଷୀ ସେମାନଙ୍କର ପରିଚୟ ପତ୍ର, ଆଧାର କାର୍ଡ, ବ୍ୟାଙ୍କ ଆକାଉଣ୍ଟ ର ନକଲ ସହିତ ଜମିଜମା ବିବରଣୀ ଏବଂ ମୋବାଇଲ ନମ୍ବର ଦାଖଲ କରି ନାମ ପଞ୍ଜିକରଣ କରି ପାରିବେ। ଏହା ଆସନ୍ତା ଅଗଷ୍ଟ ମାସ ୧୫ ତାରିଖ ରୁ ଆରମ୍ଭ ହୋଇ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ।ନରସିଂହପୁର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ, ସହକାରୀ ନିବନ୍ଧକ ପଞ୍ଚାୟତ ସମିତି ସମୁହ ଆଠଗଡ଼ ବିଜେନ୍ଦ୍ର କୁମାର ମହାନ୍ତି ଆଠଗଡ଼ ସହକାରୀ ନିବନ୍ଧକ  ସଞ୍ଜୀବ  କୁମାର ପଣ୍ଡା , ଯାମିନୀ କାନ୍ତ ମହାପାତ୍ର ,ଡି ଇ ଓ  ସ୍ମୃତି ରଞ୍ଜନ ନାୟକ , ଆଠଗଡ଼ ଉପଖଣ୍ଡ ଯୋଗାଣ ଅଧିକାରୀ ଜଗମୋହନ ଦାସ ପ୍ରମୁଖ ଯୋଗଦେଇ ଦେଇଥିଲେ। ନରସିଂହପୁର ନିୟନ୍ତ୍ରିତ ବଜାର କମିଟି ର ସମ୍ପାଦକ ରାମନାରାୟଣ ମଲ୍ଲିକ  ଧନ୍ୟବାଦ ଅର୍ପଣ କରିଥିଲେ।
Leave A Reply