Odisha news

ଅଧିକାଂଶ ସ୍ଥାନରେ ଉତ୍ତେଜନା। ଅଧିକାଂଶ ସ୍ଥାନରେ  ବିଜେଡି ବିଜେପି ମୁହାଁମୁହିଁ। ବିଳମ୍ବିତ ରାତି ଯାଏ ଚାଲିଲା ମତଦାନ।

0
ଆଠଗଡ ୨୫-୦୬-୨୪  ସାଧାରଣ ନିର୍ବାଚନ ପାଇଁ ଶନିବାର ଆଠଗଡ ବିଧାନସଭା ନିର୍ବାଚନ ମଣ୍ତଳୀର ୨୫୪ ଟି ବୁଥ ରେ ଭୋଟ ଗ୍ରହଣ କରାଯାଇଥିଲା। ଆଠଗଡ ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୧୩ ହଜାର ୩୧୪ ଜଣ ଥିବା ବେଳେ ସନ୍ଧ୍ୟା ୫ ଟା ସମୟ ସୁଦ୍ଧା ଶତକଡା ୫୯ ପ୍ରତିଶତ ମତଦାନ କରିଥିଲେ। ନିର୍ଦ୍ଧାରିତ ସମୟ ପରେ ମଧ୍ୟ ମତଦାନ ପାଇଁ ଭୋଟରଙ୍କ ଲମ୍ବା ଲାଇନ ଲାଗିଥିଲା। ସମସ୍ତ ବୁଥରେ ମତଦାନ ଶେଷ ହେବା ପରେ ଶତକଡା ପ୍ରତିଶତ ବୃଦ୍ଧି ପାଇବ ବୋଲି ଜଣାପଡିଛି। ବିଭିନ୍ନ ବୁଥରେ ପୋଲିସ  ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ବୁଥ ମାନଙ୍କ କୁ ଆସୁଥିବା ବୃଦ୍ଧ, ବୃଦ୍ଧା, ତଥା ଭିନ୍ନକ୍ଷମ ମାନଙ୍କୁ ହୁଇଲ ଚେୟାରରେ ମତାମତ କେନ୍ଦ୍ର ନିକଟକୁ ଅଣାଯାଇଥିଲା। ଏହି ମତଦାନ ରେ ବହୁ ନୂତନ ଭୋଟର ନିଜର ମତଦାନ କରିଛନ୍ତି। ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଠାରେ ଖୋଲା ଯାଇଥିବା ଷ୍ଟ୍ରଙ୍କ ରୁମକୁ ଆଠଗଡ ଓ ବଡମ୍ବା ବିଧାନସଭାର ସମସ୍ତ ବୁଥରୁ ଇଭିଏମ ମେସିନ ଫେରସ୍ତ ହେବ। ଶନିବାର ରାତି ତମାମ ଏହି ପ୍ରକ୍ରିୟା ଜାରି ରହିବ ବୋଲି ଅନୁମାନ କରାଯାଉଛି। ନିର୍ବାଚନ ପ୍ରକ୍ରିୟାରେ ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଜେପିର ଅଭୟ କୁମାର ବାରିକ , କଂଗ୍ରେସର ସୁଦର୍ଶନ ସାହୁ  ନିଜ ନିଜ ବୁଥରେ ମତଦାନ କରିଥିଲେ। ତେବେ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ନିଜ ୧୧୪ ନମ୍ବର ବୁଥ ରାଧା ଗୋବିନ୍ଦ ପୁର ଠାରେ ମତଦାନ କରୁଥିବା ବେଳେ ବିଜେଡି ଏବଂ ବିଜେପି ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇ ଥିବା ଜଣାପଡ଼ିଛି। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଚେୟାର ଫିଙ୍ଗା ଫିଙ୍ଗି ଏବଂ ମାଡ଼ ଗୋଳ ରେ ସେହି ଗ୍ରାମର ବିଜେପି ସମର୍ଥକ ଗଣେଶ୍ୱର ବରାଳ,ବିଜୟ ରାଉତ,ତ୍ରୀଲୋଚନ ବରାଳ, ଙ୍କ ମୁଣ୍ଡ ରେ ଆଘାତ ହୋଇ ଥିବା ବେଳେ ନରେନ୍ଦ୍ର ରାଉତ ଙ୍କ ବେକରେ ଆଘାତ ହୋଇ ଥିବା ଜଣାପଡିଛି। ସେହିପରି କୁଲାଇଲୋ ଗ୍ରାମ ର ଜନୈକ ବ୍ୟକ୍ତି ମୋହିନୀ ସ୍ବାଇଁ ଶାସକ ଦଳ ର ଆକ୍ରମଣ ର ଶିକାର ହୋଇ ଗୁରୁତର ଆହତ ହୋଇ କଟକ ବଡ ଡାକ୍ତରଖାନା କୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି। ସେହିପରି ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୁମାର ପୁର ପଞ୍ଚାୟତ ସାନ୍ତାଣୀ ବାଟି ଗ୍ରାମ ର ବାଲୁଙ୍କଶ୍ବର ନାୟକ (୪୪) ନିଜର ବୁଥ ନିକଟରେ ବସିଥିବା ବେଳେ ଶାସକ ଦଳ ର କିଛି ନେତା ଏବଂ କର୍ମୀମାନେ ତାଙ୍କୁ  ଆକ୍ରମଣ କରି ଗୁରୁତର ଆହତ କରିଥିବା ଥାନା ରେ ଅଭିଯୋଗ ହୋଇଛି। ଅନ୍ୟ ପକ୍ଷରେ କଣ୍ଡରେଇ, ଏବଂ ଖୁଣ୍ଟୁଣୀ ବୁଥ ରେ ମତଦାନ ସମୟରେ ସାମୟିକ ଉତ୍ତେଜନା ଦେଖିବାକୁ ମିଳିଥିଲା।
Ad2
Leave A Reply