Odisha news

ଶନିବାର ମତଦାନ ପାଇଁ ପ୍ରଶାସନର ଚୁଡାନ୍ତ ପ୍ରସ୍ତୁତି

0
ଆଠଗଡ ୨୪/୦୫ ଶନିବାର ଆଠଗଡ ଉପଖଣ୍ଡ ଅନ୍ତର୍ଗତ ଆଠଗଡ ବିଧାନସଭା ଓ ଵଡମ୍ବା ବିଧାନସଭା ଆସନ ପାଇଁ ମତଦାନ ଗ୍ରହଣ କରାଯିବ।  ଗୋପବନ୍ଧୁ ବିଞାନ ମହାବିଦ୍ୟାଳୟ ଠାରେ ଥିବା ଷ୍ଟ୍ରଙ୍କ ରୁମ ହୋଇଛି। ଏଠାରୁ ବଡମ୍ବା ଓ ଆଠଗଡ ବିଧାନସଭା ଆସନ ପାଇଁ ସମସ୍ତ ବୁଥକୁ ପୁଲିଂ ପାର୍ଟି ଇଭିଏମ ନେଇ ଯାଇଛନ୍ତି। ଆଠଗଡ ବିଧାନସଭାର ୨୫୪ ଟି ବୁଥ ଓ ବଡମ୍ବା ବିଧାନସଭାର ୨୯୨ ଟି ବୁଥ ପାଇଁ ଇଭିଏମ ପ୍ରେରଣ ହୋଇଛି। ଏଥିପାଇଁ ଶୁକ୍ରବାର ପ୍ରାତଃ ସମୟରୁ ବୁଥକୁ ଯିବା ପାଇଁ ପୁଲିଂ କର୍ମଚାରୀ ଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଉଭୟ ବିଧାନସଭା ଆସନର ବୁଥ ପାଇଁ ପୁଲିଂ  କର୍ମଚାରୀ ମାନେ ଇଭିଏମ ନେଇ ନିଜ ନିଜର ବୁଥକୁ ଗସ୍ତ କରିଛନ୍ତି।ସେହିପରି ରିଜର୍ଭ ରେ ପ୍ରାୟ ସହସ୍ରାଧିକ କର୍ମଚାରୀ ଥିଲା ବେଳେ ମହିଳା ମାନେ ମଧ୍ୟ ରହିଛନ୍ତି। ସେମାନେ ଶୁକ୍ରବାର ରାତିରେ ରହିବେ। ମାତ୍ର କିଛି କର୍ମଚାରୀ ପାନୀୟ ଜଳ , ଖାଦ୍ୟ ପେୟ,  ଆବଶ୍ୟକ ଶୌଚାଳୟ ନଥିବା ନେଇ   ଅଭିଯୋଗ କରିଥିଲେ।  ଏ ବିଷୟରେ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ପ୍ରଶାନ୍ତ କୁମାର ତରାଇଙ୍କୁ ଯୋଗାଯୋଗରେ ରାତିରେ ଖାଦ୍ୟ ଓ ରହିବା ପାଇଁ ରୁମର ବ୍ୟବସ୍ଥା କରାଯାଇଛି ଅବ୍ୟବସ୍ଥା ହୋଇ ନଥିବା ପ୍ରକାଶ କରିଛନ୍ତି।
Ad2
Leave A Reply