Odisha news

ଆଠଗଡ ବ୍ଲକ ସ୍ତରୀୟ କୃଷକ ଦିବସ ଓ ଅକ୍ଷୟ ତୃତୀୟା ପାଳିତ ହୋଇଯାଇଛି

0
ଆଠଗଡ ୧୦-୫-୨୪  ଆଠଗଡ ବ୍ଲକ ଅନ୍ତର୍ଗତ ଖୁଣ୍ଟକଟା ପଞ୍ଚାୟତ ଠାରେ  ବିଜୁ କୃଷକ ଜନତା ଦଳ ସଭାପତି ସୁବାସ ଚନ୍ଦ୍ର ପାଳ  ଙ୍କ ସଭାପତିତ୍ୱରେ ଅଖମୂଠୀ ଅନୁକୂଳ ଅନୁଷ୍ଠିତ ହୋଇଯାଇଛି। ଏଥିରେ  ମାନ୍ୟବର  ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ  ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ । ଏହି କୃଷକ ଦିବସ ଓ ଅକ୍ଷୟ ତୃତୀୟା କେଉଁ ଆବାହନ  କାଳରୁ ଏହି ଦିବସ ଆମର ଚାଷୀଭାଇ ମାନେ ପାଳନ କରୁଛନ୍ତି।  ରାଜ୍ୟ ସରକାର କୃଷି ପାଇଁ ସ୍ବତନ୍ତ୍ର ବଜେଟ ୮୦୦କୋଟି କରିଥିବା ବେଳେ ଚଳିତ ବର୍ଷ ଏହା ୨୪୦୦ କୋଟିରେ ପହଁଚିଛି ।  ଏହା ସମ୍ଭବ ହୋଇଛି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ । ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ବ୍ଲକ  ଅଧକ୍ଷ ରଞ୍ଜନ କୁମାର ଆଚାର୍ଯ୍ୟ,ସମ୍ମାନିତ ଅତିଥି ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ନୃସିଂହ ଚରଣ ମହାପାତ୍ର,   ସସ୍ମିତା ରାଉତ , ସୁନୀଲ କୁମାର ପରିଡା, ଶାନ୍ତିଲତା ବେହେରା , ନୀଳମଣି ନାୟକ , ବିଭୁ ପ୍ରସାଦ ପଟ୍ଟନାୟକ, ଅକ୍ଷୟ କୁମାର ମହାରଣା ,  ସରପଞ୍ଚ ମନୋଜ କୁମାର ନାୟକ , ସମିତି ସଭ୍ୟା ଜୟଶ୍ରୀ ଦେଉରୀ , କୃଷକ ନେତା ନିରାକାର ଲେଙ୍କା, , ଯୋଗଦାନ କରି ଅକ୍ଷୟ ତୃତୀୟା, କୃଷକ ଦିବସ ଉପରେ ଆଲୋକ ପାତ କରିଥିଲେ।
ଆଠଗଡ଼ ଅଗ୍ରଣୀ ସଫଳ ଚାଷୀ ଜ୍ୟୋତ୍ସ୍ନା ରାଣୀ ନାୟଜ, ମଞ୍ଜୁଲତା ବେହେରା ,ସଚଳା ବେହେରା ଶ୍ରୀନିବାସ ସାହୁ, ପ୍ରତାପ କୁମାର ପ୍ରଧାନ, ରଘୁନାଥ ବିଶ୍ୱାଳ ମାନଙ୍କୁ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସ୍ୱାଇଁ  ସମ୍ମାନୀତ   କରିଥିଲେ।
Ad2
Leave A Reply