ଆଠଗଡ଼ ତା ୦୯-୦୫-୨୪ ଆଜି ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ର ଶେଷ ଦିନ ରେ ୮୯-ଆଠଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ଦୁଇ ଜଣ ସ୍ବାଧୀନ ପ୍ରାର୍ଥୀ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି। ସେମାନେ ହେଉଛନ୍ତି ଶଙ୍କର୍ଷଣ ମହାନ୍ତି ଏବଂ ନମିତା ଖୁଣ୍ଟିଆ। ଶଙ୍କର୍ଷଣ ମହାନ୍ତି ବିଜେପିର ପୂର୍ବତନ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଥିବା ବେଳେ ନମିତା ଖୁଣ୍ଟିଆ ହେଉଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ ଅଭୟ କୁମାର ବାରିକ ଙ୍କ ସହଧର୍ମିଣୀ। ସେହି ପରି ୮୭- ବଡ଼ମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀ ରୁ ସ୍ବାଧିନ ପ୍ରାର୍ଥୀ ଦୁର୍ଗା ପ୍ରିୟା ଦଳବେହେରା ତାଙ୍କର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଛନ୍ତି।ସେ ହେଉଛନ୍ତି ବିଜେପି ର ବିଦ୍ରୋହୀ ବିଧାୟକ ପ୍ରାର୍ଥୀ ବିଜୟ କୁମାର ଦଳବେହେରା ଙ୍କ ସହଧର୍ମିଣୀ। ବର୍ତ୍ତମାନ ଆଠଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ମଇଦାନରେ ୧୨ ଜଣ ପ୍ରାର୍ଥୀ ଏବଂ ବଡ଼ମ୍ବା ନିର୍ବାଚନ ମଣ୍ଡଳୀ ପାଇଁ ୧୦ ଜଣ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି। ଆଠଗଡ଼ ରୁ ବିଜେଡି ରୁ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ବିଜେପି ରୁ ଅଭୟ କୁମାର ବାରିକ, କଂଗ୍ରେସ ରୁ ସୁଦର୍ଶନ ସାହୁ, ବହୁଜନ ସମାଜ ପାର୍ଟିର ଗଣେଶ୍ୱର ସାହୁ, ଆମ୍ ଆଦମୀ ପାର୍ଟିର ଦେବୀପ୍ରସାଦ ମହାପାତ୍ର, କଳିଙ୍ଗ ନ୍ୟାସନାଲ ଫ୍ରଣ୍ଟ ର ଗଗନ ବିହାରୀ ରାଉତ, ସମୃଦ୍ଧ ଓଡିଶା ର ଦିବ୍ୟସିଂହ ମିଶ୍ର, ସୁପ୍ରିମ ଜିରୋ ପାର୍ଟି ର ପ୍ରଚେତା ପରମାଣିକ, ନ୍ୟାସନାଲ ଅପନେ ପାର୍ଟି ର ସନ୍ତୋଷ କୁମାର କର, ସ୍ବାଧିନ ପ୍ରାର୍ଥୀ ଭାବରେ ବିଜୟ କୁମାର ପରିଡ଼ା, ରାଜେନ୍ଦ୍ର ମହାନ୍ତି ଏବଂ ହରିହର ସାହୁ। ସେହିପରି ବଡ଼ମ୍ବା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ର ଦେବୀପ୍ରସାଦ ମିଶ୍ର, ବିଜେପି ର ସମ୍ୱିତ ତ୍ରିପାଠୀ, କଂଗ୍ରେସ ର ସଞ୍ଜୟ କୁମାର ସାହୁ, ସ୍ବାଧିନ ପ୍ରାର୍ଥୀ ଭାବରେ ବିଜୟ କୁମାର ଦଳବେହେରା, ମନୋଜ ନନ୍ଦ,ଯୁଗଳ କିଶୋର ରାଉତ, ମନୋରଞ୍ଜନ ବେହେରା,କଳିଙ୍ଗ ନ୍ୟାସନାଲ ଫ୍ରଣ୍ଟ ର ସରୋଜ କୁମାର କରଣ, ଜନତା ଦରବାର ପାର୍ଟିର ପ୍ରଶାନ୍ତ କୁମାର ନାଏକ, ସମୃଦ୍ଧ ଓଡିଶା ର କୈଳାଶ ଚନ୍ଦ୍ର ନାୟକ, ରହିଛନ୍ତି। ଆଗାମୀ ମେ ମାସ ୨୫ ତାରିଖ ଦିନ ଉଭୟ ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗ୍ରହଣ କରାଯିବ।
