ଆଠଗଡ଼ ତା ୮-୫-୨୪ ବୁଧବାର ଅପରାହ୍ନରେ ହଟାତ କଳାବୈଶାଖୀ କରାଳ ତାଣ୍ଡବ ରଚିଥିଲା ।ସାରା ଆଠଗଡ ଅଂଚଳରେ ଅଚାନକ ପବନ ଆରମ୍ଭ ହୋଇଥିଲା ଧୂଳି ଝଡ଼ ସହ ଉଠା ଦୋକାନୀକ ଉଡିଲା ଜାରିପାଲ ସହ ଅଳିଆ ଅବଜ୍ଜନାରେ ରାସ୍ତା ହୋଇଯାଇଥିଲା ବନ୍ଦ ପରେ ଆରମ୍ଭ ହୋଇଥିଲା କାଳବୈଶାଖୀ ଝଡ଼ ବର୍ଷା, ଫଳରେ ସହର ଡ୍ରେନେଜ ବ୍ୟବସ୍ଥା ସଠିକ୍ ଭାବରେ ନଥିବାରୁ
ନାଳ ଗୁଡିକ ଅଳିଆ ଆବଜ୍ଜନା ପୂର୍ଣ୍ଣ ହୋଇଥିବାରୁ ଡ୍ରେନ ଓ ନାଳରେ ପାଣି ନ ଯାଇ ରାସ୍ତା ଉପରେ କୃତିମ ବନ୍ୟା ସୃଷ୍ଟି ହୋଇଥିଲା ।ଫଳରେ କିଛି ସମୟ ପାଇଁ ଯାନବାହାନ ଚଳାଚଳ ଠପ, ହୋଇଯାଇଥିଲା, ଆଉ ବାଧକ ସାଜିଥିଲା ଅଚାନକ ବିଦ୍ୟୁତ କାଟ,ଆଠଗଡ଼ ବିଦ୍ୟୁତ ବିଭାଗ ସାମାନ୍ୟ ପବନ କି ବର୍ଷା ବେଳେ ବିଦ୍ୟୁତ କାଟ କରିବା ଆଠଗଡ ବିଦ୍ୟୁତ ବିଭାଗର ନିତିଦିନିଆ ଅଭ୍ୟାସରେ ପରିଣତ ହୋଇସାରିଲାଣି , ଆଉ ଆଜି ମଧ୍ୟ ପବନ ବର୍ଷା ସାଙ୍ଗକୁ ବିଦ୍ୟୁତ କାଟ ପାଇଁ ରାସ୍ତା ଉପରେ ଯାତାୟାତ କରୁଥିବା ଯାତ୍ରୀ ମାନେ ପାଣି ଯାଉଥିବା ରାସ୍ତା ଜାଣି ନ ପାରି ପଡି ଖଣ୍ଡିଆ ଖାବରେ ହୋଇ ପାଣିରେ ଜୁଡୁବୁଡୁ ହୋଇ ବିପଦ ଶଙ୍ଖୁଳ ଅବସ୍ଥାରେ ଘରେ ପହଂଚିଥିଲେ,ଆଉ ଏ ଭଳି ଦୁର୍ଦଶା ପାଇଁ ସହର ରାସ୍ତା ମରାମତି ବିଭାଗ ସାଙ୍ଗକୁ ବିଜ୍ଞାପିତ ଅଂଚଳ ପରିସଦର ନିର୍ବାହୀ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ ଅଭାବ ନାଳ ନର୍ଦମା ପୋତି ହୋଇ ପଡିଛି । ଦୀର୍ଘ ସମୟ ଧରି ବିଦ୍ୟୁତ ସରବରାହ ବନ୍ଦ ହେବା ପାଇଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।
