Odisha news

ଆଠଗଡ ରେ ଆମ ଆଦମୀ ପାର୍ଟିର ବିଧାୟକ ପ୍ରାର୍ଥୀ ହେଲେ ଇଂ ଦେବୀପ୍ରସାଦ ମହାପାତ୍ର।        

0
ଆଠଗଡ ୧୮-୪-୨୪  ଚଳିତ ନିର୍ବାଚନ ପାଇଁ  ଆମ ଆଦମୀ ପାର୍ଟିର ପ୍ରଥମ ପର୍ଯ୍ୟାୟରେ ୨୨ ଜଣ ବିଧାୟକ ପ୍ରାର୍ଥୀ ମାନଙ୍କ ନାମ ବୁଧବାର ଦିନ ଘୋଷଣା କରାଯାଇଛି। ସେଥିମଧ୍ୟରୁ ଆଠଗଡ ବିଧାନସଭା ପାଇଁ ଇଂ ଦେବୀ ପ୍ରସାଦ ମହାପାତ୍ର ଙ୍କ ନାମ ଘୋଷଣା ହୋଇଛି। ମହାପାତ୍ର ଗତ ୨୦୨୨ ମସିହାରୁ  ରାଷ୍ଟ୍ରୀୟ ଜୟହିନ୍ଦ ପାର୍ଟିର ରାଜ୍ୟ ସଭାପତି ରହିଛନ୍ତି। ଆଠଗଡ ବ୍ଲକ ଅନ୍ତର୍ଗତ କୁମାରପୁର ବାସିନ୍ଦା ମହାପାତ୍ର ସେ ଜଣେ ସମାଜସେବୀ।ଦୀର୍ଘ ଦିନ ଧରି ଲୋକ ମାନଙ୍କ ସେବା କରିଆସୁଛନ୍ତି।ସେ ନଅ ବେଢ଼ା  ଅଞ୍ଚଳରେ ଜଣାଶୁଣା ବ୍ୟକ୍ତି । ଶ୍ରୀ ମହାପାତ୍ର ଆମ୍ ଆଦମୀ ପାର୍ଟିରୁ ବିଧାୟକ ଟିକେଟ ପାଇବା ପରେ ନଅ ବେଢ଼ା ଅଞ୍ଚଳରେ ଲୋକ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଆଠଗଡ଼ ରେ କୃଷକ ମାନଙ୍କର କିପରି ଉର୍ନତି ହେବା ସହିତ  ଅନ୍ୟାୟ, ଦୁର୍ନୀତି ,ବେରୋଜଗାରୀ ଉପରେ ଦୃଷ୍ଟି ଦେବେ ବୋଲି ସୂଚନା ଦେଇଛନ୍ତି।
IEC 2 years
Leave A Reply