Odisha news

ପାନୀୟ ଜଳ ଦାବି ନେଇ ଗ୍ରାମବାସୀ ମାନେ ଗରା, ବାଲଟି, ଧରି ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା                                   

0

ଆଠଗଡ :  ଆଠଗଡରେ ବ୍ଲକ ପ୍ରଶାସନ ନିରିହ ଲୋକଙ୍କର ଜୀବନ ସହିତ ଖେଳୁଛନ୍ତି। ସରକାର ଙ୍କ ପକ୍ଷରୁ  କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଯେପରି କୋୖଣସି ଲୋକ  ପିଇବା ପାଣି ରୁ ବଞ୍ଚିତ  ନ ହେବେ। ଆଠଗଡ଼ ଅଞ୍ଚଳରେ ତାପମାତ୍ରା ୪୨ ଡିଗ୍ରୀ କୁ ଛୁଇଁଲାଣି। ଏଭଳି ସମୟରେ ପାନୀୟଜଳ ଏକ ପ୍ରମୁଖ ସମସ୍ୟା ହୋଇପଡିଛି। ଗ୍ରାମବାସୀମାନେ ଲିଖିତ ଅଭିଯୋଗ କଲେ ମଧ୍ୟ ଅଧିକାରୀ ମାନଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଏହି ସମସ୍ୟା ଆହୁରି ଜଟିଳ ହୋଇପଡୁଛି।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଆଠଗଡ ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତ ଟାଙ୍ଗିସାହି ଗ୍ରାମରେ । ଏହା ଏକ ପାହାଡିଆ ଅଞ୍ଚଳ ଏବଂ ଏହାର ଜନସଂଖ୍ୟା ୩୦୦  ରୁ ଉର୍ଦ୍ଧ୍ବ ହେବ। ପାଇପ ପାଣି ବ୍ୟବସ୍ଥା ହୋଇଥିଲା ବେଳେ ମଧ୍ୟ ପାଣି ଆସୁନାହିଁ। ସେହିପରି ଆଖପାଖ ଅଞ୍ଚଳରେ ନଳକୂପ ନାହିଁ। ପାନୀୟ ଜଳ ସମସ୍ୟା ନେଇ ଚଳିତ ମାସ ୨ ତାରିଖରେ ବିଡ଼ିଓ ଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଏହାର ପ୍ରତିବାଦରେ ଗ୍ରାମର ପୁରୁଷ, ମହିଳା ହାତରେ ଗରା, ବାଲଟି ଧରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ବ୍ଲକ ପ୍ରଶାସନ ଓ ଗ୍ରାମ୍ୟ ପାନୀୟଜଳ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁଁ ଏଭଳି ଘଟଣା ଘଟିଥିବା କନ୍ଦରପୁର ଟାଙ୍ଗୀ ସାହିର ଶୁଶାନ୍ତ କୁମାର ସାହୁ, ଅମୀୟ ରଞ୍ଜନ ସାହୁ, ଅଲେଖ ସାହୁ, ସଂଯୁକ୍ତା ସାହୁ,ମାମା ରାଉତ, କିଶୋର ବେହେରା, ସୋମ୍ୟରଞ୍ଜନ ସାହୁ ପ୍ରମୁଖ ଗ୍ରାମବାସୀ  ମାନେ ଅଭିଯୋଗ କରିଛନ୍ତି। ପ୍ରଶାସନର ହସ୍ତକ୍ଷେପ ତଥା ତହସିଲଦାର ଙ୍କ ପ୍ରତିଶ୍ରୁତି ପରେ ଧାରଣ ପ୍ରତ୍ୟାହୃତ ହୋଇଥିଲା।

Nalco
Leave A Reply