Odisha news

ସାମ୍ବାଦିକଙ୍କ ପିତୃ ବିୟୋଗ

0

ଆଠଗଡ ତା ୩/୭/୨୨  ଆଠଗଡ ଥାନା ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ସ୍ବର୍ଗତ ଖତୀ ଖଟୁଆଙ୍କ ଏକ ମାତ୍ର ପୁଅ ଭିକାରି ଚରଣ ଖଟୁଆ 96 ବର୍ଷ ବୟଷରେ କଟକ ବଡ ଡାକ୍ତର ଖାନାରେ ଆଜି ଅପରାହ୍ନ, ପ୍ରାୟ ସାଢେ଼ ଦୁଇଟା ସମୟରେ ଦେହାନ୍ତ ହୋଇଛି।। ସ୍ବର୍ଗତ ଖଟୁଆ ଗ୍ରାମର ସଭାପତି ଭାବେ କାର୍ଯ୍ୟ କରିଵା,  କନ୍ଦରପୁର ମତ୍ସଜୀବୀ  କୈବର୍ତ୍ତ ସମାଜର ସାହିର ସଭାପତି ଭାବେ କାର୍ଯ୍ୟ କରିବା ସହ ଗ୍ରାମର ସତ୍ୟନାରାୟଣ ପୂଜା କମିଟିର ସଭାପତି ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ, ଏବଂ ସେ ଜଣେ ସମାଜସେବୀ ଲୋକ ଥିଲେ। ପ୍ରଥମେ ଆଠଗଡ ପରେ କଟକରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।କଟକରୁ ନିଜ ଗ୍ରାମକୁ ଅଣାଯାଇଥିଲା ସେଠାରେ ବନ୍ଧୁ ପରିଜନ ଓ ଗ୍ରାମବାସୀଙ୍କ ଶେଷ ଦର୍ଶନ ପରେ ପୁରୀ ସ୍ୱର୍ଗ  ଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବଡ ପୁଅ ବିଭୁତି ଭୂଷଣ ଖଟୁଆ ମୂଖାଗ୍ନି ଦେଇଥିଲେ।   ପୁଅ, ଝିଅ ନାତିନାତୁଣୀ ବନ୍ଧୁ ପରିବାର ବର୍ଗ ଉପସ୍ଥିତ ଥିଲେ ।

IEC 2 years
Leave A Reply