Odisha news

ସ୍ୱତନ୍ତ୍ର ଅଲମ୍ପିକ୍ସ ଭାରତର ଜାତୀୟ ସ୍ତରୀୟ ପ୍ରଶିକ୍ଷଣ ଶିବିର

0

ଆଠଗଡ :  ଆଠଗଡ଼ ଉପଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ବଜେନ୍ଦ ବିହାରୀ ମହାନ୍ତି ମେମୋରିଆଲ ମେଣ୍ଟାଲି ରିକାଡ୍ ବେନି ଫିଟ୍ ଟ୍ରଷ୍ଟ ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଆଠଗଡ଼ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସ୍ୱତନ୍ତ୍ର ଅଲମ୍ପିକ୍ସ ଭାରତର ଜାତୀୟ ସ୍ତରୀୟ ପ୍ରଶିକ୍ଷଣ ଶିବିର ୨୬ ଜୁନ ୨୦୨୨ ରୁ ୧୮ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ର ବୋକରା ଷ୍ଟଲ ସିଟି ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ବ୍ୟାଡ୍ ମିଟନ କ୍ରିଡ଼ା ପାଇଁ କଟକ ଜିଲ୍ଲାର ଆଠଗଡ଼ ବ୍ଲକ ଡ଼ଃ ବ୍ରଜ ବିହାରୀ ମେମୋରିଆଲ ଟ୍ରଷ୍ଟ ସୁଶ୍ରୀ କଳ୍ପନା ଜେନା, ସୁଶ୍ରୀ ସତ୍ୟ ଭାମା ସାହୁ ( କ୍ରୀଡାବିତ) ଏବଂ ସୁଶ୍ରୀ ବନଲତା ସାହୁ ଏବଂ ବିବେକାନନ୍ଦ ମହାନ୍ତି ( କୋଚ୍) ମନୋନୀତ ହୋଇଛନ୍ତି। ସେହିପରି ୧୮ ଜୁଲାଇ ୨୦୨୨ ରେ ହେବାକୁ ଥିବା ପଣ୍ଡିଚେରୀ ର ରାଜିବ ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ ଠାରେ ହେବାକୁ ଯାଉଥିବା ମହିଳା ଭଲିବଲ ଦଳ ପାଇଁ କଟକ ଜିଲ୍ଲା ଆଠଗଡ ବ୍ଲକ ଡ଼ଃ ବ୍ରଜ ବିହାରୀ ମେମୋରିଆଲ ଟ୍ରଷ୍ଟ ସୁଶ୍ରୀ ଅନୁରାଧା ଶତପଥୀ ଓ ସୁଶ୍ରୀ ଜୟଶ୍ରୀ ଦାସ ଏବଂ ଆଠଗଡ଼ ବ୍ଲକ ଅନ୍ତର୍ଗତ ଏସ ଏସ ଏ ର ସୁଶ୍ରୀ ରୂପାଲି ପ୍ରଧାନ, ସୁଶ୍ରୀ ସିପ୍ରା ସ୍ୱାଇଁ, ସୁଶ୍ରୀ ପ୍ରଭାତୀ ନାଏକ, ସୁଶ୍ରୀ ସରିତା ବେହେରା ଏବଂ ବି ଆର ପି ଶ୍ରୀମତୀ ବିସ୍ମିତ ମହାନ୍ତି ‌, ଶ୍ରୀମତୀ ମମତା ମହାନ୍ତି, କୋଚ୍ ପାଇଁ ମନୋନୀତ ହୋଇଛନ୍ତି। ଏହି ପ୍ରଶିକ୍ଷଣ ଶିବିର ରେ ଆଠଗଡ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ହେମନ୍ତ କୁମାର ସ୍ୱାଇଁ ଦିବ୍ୟାଙ୍ଗ ଛାତ୍ର ଏବଂ କୋଚ୍ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏବଂ ବ୍ଲକ ସହ ଶିକ୍ଷା ଅଧିକାରୀ ଶ୍ରୀ ନବକିଶୋର ସାହୁ ପିଲାମାନଙ୍କୁ ଶୁଭେଚ୍ଛା ସହ ଶୁଭକାମନା କରିଥିଲେ। ଶେଷରେ ଟ୍ରଷ୍ଟ ର ପରିଚାଳନ ଶ୍ରୀ ଶ୍ରୀ ବିବେକାନନ୍ଦ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply