ରାଜନୈତିକ ହିଂସା, ଖୁଣ୍ଟୁକଟାରେ ଘରେ ପଶି ବନ୍ଧୁକ ଫୁଟାଇଲେ, ଘଟଣା ସ୍ଥଳରୁ ଗୋଟିଏ ଖୋକା, ଗୋଟିଏ ଗୁଳି ସହ, ଛୁରୀ ସହ 2ଟି ବାଇକ ଜବତ,
ଆଠଗଡ ତା 25 6 2022 ଆଠଗଡ ଥାନା ଅନ୍ତର୍ଗତ ଖୁଣ୍ଟୁକଟା ଗ୍ରାମ ପଞ୍ଚାୟତଟି ଦୀର୍ଘ ଦିନଧରି ଅଶାନ୍ତ ହୋଈ ରହିଥିଲା, କାରଣ ରାଜ୍ୟ ଓ ରାଜ୍ୟ ବାହାରୁ ଅପରାଧିକ କାର୍ଯ୍ୟ କରି ଏଠାରେ କିଛି ପେସାଦାର ଅପରାଧି ନିଜକୁ ସୁରକ୍ଷିତ ମନେ କରି ଆଶ୍ରୟ ନେବା ସହ ଆଠଗଡ ଅଂଚଳରେ ଆରମ୍ଭ କରିଥିଲେ ନିଜର ଅପରାଧିକ କାର୍ଯ୍ୟ, ଅପରାଧିକ ଯୁବକମାନଙ୍କର ଅଡ୍ଡା ସ୍ଥଳୀ,ଏହି ଭଳି ପରିସ୍ଥିତିରେ ଗତି କରୁଥିବା ବେଳେ ଆସିଥିଲା ପଂଚାୟତ ନିର୍ବାଚନ ଏଥିରେ ଶାସକ ଦଳ ର ଦୁଇ ଗୋଷ୍ଠୀ ହୋଈ ସରପଞ୍ଚ ଓ ବିରୋଧି ସରପଞ୍ଚ ପାର୍ଥି ମଧ୍ୟରେ ଚାଲିଥିଲା ଛକା ପଞ୍ଚା ଲଢେଇ,ଏଥିରେ ପୂର୍ବତ୍ତନ ସରପଞ୍ଚ ସମର୍ଥକ ପରାଜୟ ହୋଇଥିଲେ, ପରେ ଏହି ନିର୍ବାଚନ ପର ଠାରୁ ଶାସକ ଦଳର ଦୁଇ ଗୋଷ୍ଠୀ ନିଜ ନିଜ ଭିତରେ ଆରମ୍ଭ ହୋଇଥିଲା ଶୀତଳ ଯୁଦ୍ଧ ,ଏହି ସବୁ ଗୋଷ୍ଠୀ କନ୍ଦଳ କୁହଳି ଚାଲିଥିବା ବେଳେ ଗତ କାଲି ଖୁଣ୍ଟୁକଟା ଗ୍ରାମର ପଞ୍ଚୁ ସ୍ୱାଇଁଙ୍କ ପୁଅ ଆଲୋକ ସ୍ୱାଇଁ ଓ ତାଙ୍କର ବନ୍ଧୁ ପିଣ୍ଟୁ ରାଉତ ସେହି ପଞ୍ଚାୟତର ରେଗେଡାପଡା ଗ୍ରାମକୁ ଯାଇଥିଲା ବେଳେ ସୁରେଶ ରାଉତ( ପୁଚିକି ) ଜଗୁ ମହାନ୍ତି, ସୁଧା ପଟ୍ଟନାୟକ ଓ ବାଙ୍କ ନାୟକ ଠେଙ୍ଗା ପାହାର ଧରି ଆକ୍ରମଣ କରିବା ପୂର୍ବରୁ ଖସି ଆସିଥିଲେ ଆଲୋକ ଓ ପିଣ୍ଟୁ, କିନ୍ତୁ ପରେ ପୁର୍ନବାର ଏହି 2 ଜଣ ଆସି ଆଲୋକ ସ୍ୱାଇଁଙ୍କ ଘରେ ପଶି ଆଲୋକଙ୍କ ପୁଅ ଆଦିତ୍ୟ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେଇ ଫୋପଡ଼ା ଫିଙ୍ଗା କରିବା ସହ 2 ରାଉଣ୍ଡ ଗୁଳି ମାରିଥିଲେ,ଏହି ସମୟରେ ପଡୋଶୀ ଓ ଗ୍ରାମବାସୀ ସ୍ୱାଇଁଙ୍କ ଘରେ ପହଂଚି ଯିବାରୁ ଘଟଣା ଘଟାଉ ଥିବା ଯୁବକ ଫେରାର ହୋଇଯାଇଥିଲେ, ବୋଲି ଆଲୋକ ସ୍ୱାଇଁଙ୍କ ମା ରମ୍ଭା ସ୍ୱାଇଁ ଆଠଗଡ ଥାନରେ ଆଭିଯୋଗ କରିଥିବା ପୋଲିସ ସୂତରୁ ପ୍ରକାଶ, ଘଟଣା ସ୍ଥଳରେ ପଡୋଶୀ ଓ ଗ୍ରାମବାସୀ ପହଂଚି ନ ଥିଲେ, କିଛି ବି ଅଘଟଣ ଘଟିଯାଇଥାନ୍ତା ବୋଲି ସାଧାରଣରେ ପ୍ରକାଶ, ଘଟଣା ସ୍ଥଳରୁ ଗୋଟିଏ ଖୋକା, ଗୋଟିଏ ଗୁଳି, ଗୋଟିଏ ଛୁରୀ ଓ 2ଟି ବାଇକ ଜବତ କରିଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଘଟଣା ଘଟାଇଥିବା ଯୁବକମନକୁ ଗିରଫ କରିବାରେ ଲାଗିପଡିଛନ୍ତି ପୋଲିସ ବୋଲି ଆଠଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଜୟ କୃଷ୍ଣ ବିଶିଙ୍କ ସୂତରୁ ପ୍ରକାଶ,ଏହି ଘଟଣା ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି, ଏହା ରାଜନୈତିକ କାରଣ ପାଇଁ ହି ଘଟିଛି ।