ଆଠଗଡ଼ ତା ୦୪-୦୧-୨୪ ଆଠଗଡ଼ ବ୍ଲକ ସ୍ତରୀୟ ନୂଆ ଓ ସ୍ପୋର୍ଟସ କ୍ରୀଡା ଉତ୍ସବ ର ଉଦଯାପନୀ ଉତ୍ସବ ପାଳିତ ହୋଇ ଯାଇଛି। ଆଠଗଡ଼ ଵିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ବିଭିନ୍ନ କ୍ରୀଡା ପ୍ରତିଯୋଗୀତା ରେ ବିଜେତା ଏବଂ ଉପ ବିଜେତା ଦଳକୁ ସମୁଦାୟ ଦୁଇ ଲକ୍ଷ ଷାଠିଏ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରା ଯାଇଥିଲା। କ୍ରିକେଟ ଖେଳ ପାଇଁ ୪୫ ହଜାର,ଖୋଖୋ ଖେଳ ପାଇଁ ୫୫ ହଜାର, କବାଡି ପାଇଁ ୫୫ ହଜାର, ଏବଂ ଫୁଟବଲ ପାଇଁ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ର ପୁରସ୍କାର ପ୍ରଦାନ କରା ଯାଇଛି। ଏହି କାର୍ଯ୍ୟକ୍ରମରେ ଆଠଗଡ଼ ଅଞ୍ଚଳ ର ସମସ୍ତ ମହାବିଦ୍ୟାଳୟ, ସ୍ପୋର୍ଟସ କ୍ଲବ୍ ସହିତ ସରକାରୀ ଅଧିକାରୀଙ୍କ ସହିତ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।