Odisha news

ଏନ୍ ଏ ସି ଅଧକ୍ଷା ଖୋ ଖୋ ଖେଳାଳି ଜଗନ୍ନାଥ ଦାସ ଙ୍କୁ ସମ୍ବର୍ଧିତ କଲେ

0

ଆଠଗଡ଼ ତା ୧୬-୦୬-୨୨ ଆଠଗଡ଼ ଅଶୋକ ନଗର ଅଞ୍ଚଳର ଜଗନ୍ନାଥ ଦାସ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ହରିଆଣାର ପଞ୍ଚକୁଲା ଠାରେ ଚାଲିଥିବା କ୍ରୀଡା ପ୍ରତିଯୋଗିତା ରେ ଖୋଖୋ ପ୍ରତିଯୋଗିତା ରେ ଓଡ଼ିଶା ତରଫରୁ ଖେଳୁଥିଲେ। ଶ୍ରୀ ଜଗନ୍ନାଥ ଦାସ ଏହି ଖୋ ଖୋ ଖେଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଯାହାକି ଓଡ଼ିଶାର ମାନ ରଖିବା ସହ ରାଜ୍ୟ କୁ ସିଲଭର ମେଡାଲ ମିଳୁଛି।।  ଶ୍ରୀ ଜଗନ୍ନାଥ ଦାସ ଥିଲେ ଅତ୍ୟନ୍ତ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଶ୍ରୀ ଦାସ ଗତକାଲି  ହରିଆଣା ରୁ ଆଠଗଡ଼ ପହଞ୍ଚିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟୁଛି। ଆଜି ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ସସ୍ମିତା ରାଉତ  ଓ ୧୮ ନମ୍ବର ଓ୍ବାର୍ଡ ର କାଉନସିଲର ମମତାମୟୀ ସେଠି ଏବଂ ପୂର୍ବତନ କାଉନସିଲର ବିଭୁପ୍ରସାଦ ମହାରଣା  ତାଙ୍କ ବାସଭବନରେ ପହଞ୍ଚି ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସହିତ ଆଗାମୀ ଦିନରେ କ୍ରୀଡା ରେ ତାଙ୍କୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି କହିଛନ। ରାଜ୍ୟ ସରକାର କ୍ରୀଡାବିତ ମାନଙ୍କୁ ଦେଶ ତଥା ରାଜ୍ୟ ର ଯଶ ବଢାଇବା ପାଇଁ  ପ୍ରୋତ୍ସାହନ ଦିଆଯାଉଛି । ଶ୍ରୀ ଜଗନ୍ନାଥ ଦାସ ଙ୍କୁ ମଧ୍ୟ ଆଗାମୀ ଦିନରେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯିବ ବୋଲି ଏନ୍ ଏ ସି ଅଧକ୍ଷା ଶ୍ରୀମତୀ ସସ୍ମିତା ରାଉତ ମତ ରଖିଥିଲେ। 

Leave A Reply

Your email address will not be published.