Odisha news

ଅବକାରୀ ଚଢାଉ। ବିପୁଳ ପରିମାଣର ମଦ ମଦ ସହିତ ପୋଚ ନଷ୍ଟ।

0
ଆଠଗଡ଼ ତା ୧୮-୧୦-୨୩ କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ ନିର୍ଦ୍ଦେଶ କ୍ରମେ ଆଜି ଆଠଗଡ଼ ଅବକାରୀ ଉପ ଅଧିକ୍ଷକ ପ୍ରମୋଦ କୁମାର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ପଣସ ପାଟଣା ରେ ଚଢାଉ କରାଯାଇ ୯୧୩୦ ଲିଟର ଗୁଡ଼ ପୋଚ ସହିତ ୯୧୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇ ନଷ୍ଟ କରାଯାଇଛି। ବିଭାଗ ପକ୍ଷରୁ ତିନୋଟି ମକଦ୍ଦମା ପୃଥକ ପୃଥକ ଭାବେ ରୁଜୁ ହୋଇଛି।ଜିଲ୍ଲା ଅବକାରୀ ସ୍କ୍ୱାର୍ଡ ସହିତ ଆଠଗଡ଼ ଅବକାରୀ ବିଭାଗ ର ମିଳିତ ଚଢାଉ ରେ ଜଙ୍ଗଲ ଭିତରୁ ଏହି ବିପୁଳ ପରିମାଣର ମଦ ସହିତ ପୋଚ ଜଵତ କରାଯାଇ ନଷ୍ଟ କରାଯାଇଛି।  ଭିରୁଡା ଅଞ୍ଚଳରେ ବହୁଳ ପରିମାଣରେ ଦେଶୀ ମଦ ରନ୍ଧା ଯାଉଛି। ଏହା ପୁଣି ନାମୀଦାମୀ ଗାଡ଼ିରେ ବାହାର ରାଜ୍ୟକୁ ଚାଲାଣ କରାଯାଉଛି। ଏହି ସ୍ଥାନରେ ବାରମ୍ବାର ଚଢାଉ ପରେ ମଧ୍ୟ ସେହି ସ୍ଥାନରେ ପୁନର୍ବାର ରନ୍ଧା ଯାଉଛି। ଏହି ସ୍ଥାନରେ  ସମ୍ପୂର୍ଣ୍ଣ ମଦ ରନ୍ଧା ବନ୍ଦ କରାଗଲେ ଅନେକ ଲୋକ ଉପକୃତ ହେବେ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ଆଜିର ଚଢାଉ ରେ ଆଠଗଡ଼ ଅବକାରୀ ଉପ ଅଧିକ୍ଷକ ପ୍ରମୋଦ କୁମାର ପଣ୍ଡା ଆଠଗଡ଼ ଅବକାରୀ ସଵ୍ ଇନ୍ସପେକ୍ଟର ସୌମ୍ୟରଞ୍ଜନ ମାଝୀ ଙ୍କ ସହିତ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ମାନେ ସାମିଲ ହୋଇଥିଲେ।

Leave A Reply