Odisha news

ଗୋ ମାଂସ ବୋଝେଇ ଟ୍ରକ ଜବତ ସହିତ ଦୁଇ ଅଟକ।

0
ଆଠଗଡ଼ ତା ୫-୧୦-୨୩  ଗୋମାଂସ ଉପରେ ଯେତେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମଧ୍ୟ ଗୋ ମାଂସ ଚାଲାଣ କମିବାର ନାଁ ନେଉନାହିଁ ବରଂ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି।କଟକ ଜିଲ୍ଲା ର ତିଗିରିଆ ଏବଂ ନରସିଂହପୁର ଅଞ୍ଚଳରୁ ବେଧଡକ ଭାବେ ପ୍ରତିଦିନ ଟନ୍ ଟନ୍ ଗୋମାଂସ ବଡ଼ ବଡ଼ ଟ୍ରକ ସାହାଯ୍ୟ ରେ ବାହାର ରାଜ୍ୟକୁ ଚାଲାଣ କରି ମାଫିଆ ମାନେ ମାଲାମାଲ ହେଉଛନ୍ତି। ହେଲେ ଏଠିକାର ପୋଲିସ ବାବୁ ମାନେ  ନିରବଦ୍ରଷ୍ଟା ସାଜିଛନ୍ତି। ଘଟଣାରୁ ପ୍ରକାଶ ବୁଧବାର ରାତି ପ୍ରାୟ ୨’୪୫ ମିନିଟ ସମୟରେ ଏକ ଆଇଚର ଗାଡ଼ି ଯାହାର ନଂ MH 13CU ଏ5337ଗୋମାଂସ ବୋଝେଇ ଟ୍ରକ ଆସୁଥିବା ବେଳେ ଆଠଗଡ଼ ପୋଲିସ କୌଣସି ସୁତ୍ରରୁ ଖବର ପାଇ  ଇଚ୍ଛାପୁର ଛକ ନିକଟରେ ଗାଡ଼ିକୁ କାବୁ କରିଥିଲେ। ଏଥିରେ ପ୍ରାୟ ୧୦ ଟନ୍ ରୁ ଉର୍ଦ୍ଧ ଗୋମାଂସ ରହିଥିବା ଜଣାପଡିଛି। ଆଠଗଡ଼  ତହସିଲଦାର ଙ୍କ ଉପସ୍ଥିତିରେ ଏହି ଗୋମାଂସ ସବୁ ଖୁଣ୍ଟୁଣୀ  ସ୍ଥିତ ରାଣିବଣିଆ ଜଙ୍ଗଲରେ ପୋତି ଦିଆଯାଇଛି । ଆଠଗଡ଼ ଥାନା ପକ୍ଷରୁ କେଶ୍ ନଂ ୨୧୫/୨୩ ମାମଲା ରୁଜୁ କରି ଗାଡ଼ି ଚାଳକ ଏବଂ ତାର ସହଯୋଗୀ କୁ ଅଟକରଖି ପୋଲିସ ପଚରାଉଚରା ଜାରି ରଖିଛି। ଏହି ଗୋମାଂସ ଗାଡ଼ି ଅନେକ ଥାନା ପାର ହୋଇଆସୁ ଥିବା ବେଳେ କୌଣସି ଥାନାର ନଜର କେମିତି ପଡେନାହିଁ ତାହା ସାଧାରଣ ରେ ଚର୍ଚ୍ଚା ର ବିଷୟ ହୋଇଛି। କିଛି ଦିନ ତଳେ , ଗୋମାଂସ ନେଇ ଏକ କଣ୍ଟେନର ଗାଡ଼ି ଆସୁଥିବା ବେଳେ ତିଗିରିଆ ଥାନା ଖବର ପାଇ ତିଗିରିଆ ଶାସନ ଛକ ନିକଟରେ ପହଞ୍ଚି ଗୋମାଂସ ଜବତ କରିବା ବେଳକୁ ମାଫିଆ ମାନଙ୍କ ମାଡରେ ପୂର୍ବତନ ଥାନା ଅଧିକାରୀ ସୁଚିତ୍ରା ଜେନା,ଏସ ଆଇ ସନ୍ତୋଷ ପ୍ରଧାନ  ଆହତ ହୋଇଥିଲେ । ଏଭଳି ଘଟଣା ବାରମ୍ବାର ଗଣମାଧ୍ୟମରେ ପ୍ରକାଶିତ ହେଉଅଛି। କିନ୍ତୁ ଗୋମାଂସ ଚାଲାଣ କମିବାର ନା ଧରୁ ନାହିଁ। ସେଥିପାଇଁ ତିଗିରିଆ ଏବଂ ନରସିଂହପୁର ଥାନା ସଜାଗ ରହିବା ସହିତ ଗୋମାଂସ ଚାଲାଣ କରୁଥିବା ମାଫିଆ ମାନଙ୍କୁ ଧରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ନଚେତ୍ ଆଗାମୀ ଦିନରେ ଗୋମାତା ମିଳିବା ସାତସପନ ହେବ ବୋଲି ବୁଦ୍ଧିଜୀବୀ  ମହଲରେ ଆଲୋଚନା ହେଉଛି।

Leave A Reply