ଆଠଗଡ ତା ୨୯-୦୭-୨୩ ଆଠଗଡ଼ କୃଷି ବିଭାଗ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ୍ ଠାରେ ଏକ କୃଷକ କର୍ମଶାଳା ଏବଂ ବିହନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଠଗଡ଼ ଆତ୍ମା ଅଧ୍ୟକ୍ଷ ରବିନ୍ଦ୍ର ନାଥ ରାଉତ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷି କୃଷକ ସଶକ୍ତିକରଣ ମତ୍ସ୍ୟ ପ୍ରାଣୀ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। କୃଷି ବିଭାଗ ତରଫରୁ ଚାଷୀମାନଙ୍କ ଆର୍ଥିକ ଉନ୍ନତି ପାଇଁ ଉଦ୍ୟାନ ବିଭାଗ ତରଫରୁ ରିହାତି ଦରରେ ଆମ୍ବ, ନଡ଼ିଆ, ସଜନା, ଲେମ୍ବୁ, କାଜୁ, ସେପଟା ଚାରା ଯୋଗାଇ ଦିଆଯାଉଛି। ସେହିପରି ପ୍ରାଣୀ ସମ୍ପଦ ବିଭାଗ ତରଫରୁ କୁକୁଡାଚାଷ, ଗାଈ ପାଳନ, ଘୁଷୁରୀ ପାଳନ ପାଇଁ ମଧ୍ୟ ରିହାତିର ବ୍ୟବସ୍ଥା କରାଯାଇ ଅଛି। ଏହି କର୍ମଶଳା ଉଦ୍ୟାନ କୃଷି ବିଭାଗ ଆଠଗଡ ତରଫରୁ ୩୫ ହେକ୍ଟର ଜମିରେ ଲଙ୍କା ଚାଷ ପାଇଁ ୧୭୫ ଜଣ ଚାଷୀ ଓ ୨୯ ହେକ୍ଟର ଜମିରେ ଧନିଆ ଚାଷପାଇଁ ୨୯୦ ଜଣ ଚାଷୀମାନଙ୍କୁ ବିହନ ବଣ୍ଟନ କରାଯାଇଥିଲା। କୃଷି ବିଭାଗ ଆଠଗଡ଼ ତରଫରୁ ୧୪ ,ହେକ୍ଟର ବିରିଚାଷ ପାଇଁ ୭୦ ଜଣ ଚାଷୀମାନଙ୍କୁ ବିରି ବିହନ ୧୦୦ ହେକ୍ଟର ରାଶି ଚାଷ ପାଇଁ ଚାଷ ପାଇଁ ୧୪୦ ଜଣ ଚାଷୀମାନଙ୍କୁ ରାଶି ବିହନ ବଣ୍ଟନ କରାଯାଇଥିଲା। ଏହି କର୍ମଶାଳାରେ ଜିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା, ଆଠଗଡ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ମଲ୍ଲିକ, ବ୍ଲକ କୃଷି ଅଧିକାରୀ ସନାତନ ବେହେରା, ସହକାରୀ କୃଷି ଅଧିକାରୀ ରାକେଶ କୁମାର ରାଉତ, ଉଦ୍ୟାନ ବିଭାଗ ସହକାରୀ ନିର୍ଦ୍ଦେଶକ ବିଷ୍ଣୁ ପ୍ରସାଦ ସିଂ, ସହକାରୀ ଉଦ୍ୟାନ ଅଧିକାରୀ, ଧନଞ୍ଜୟ ରାଉତ, ସହକାରୀ ସମବାୟ ନିବନ୍ଧକ ଆଠଗଡ ଆଲୋକ କୁମାର ବଳ, ପ୍ରଫୁଲ କୁମାର ପ୍ରଧାନ, ସନ୍ତୋଷ କୁମାର ଲେଙ୍କା, ରାଜ୍ୟ ବିହନ ଜୈବିକ ପ୍ରାମାଣିକ ସଂସ୍ଥାର ନିର୍ଦ୍ଦେଶକ ନିରାକାର ଲେଙ୍କା, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ର ପୂର୍ବତନ ନିର୍ଦ୍ଦେଶକ ଲଳିତେନ୍ଦୁ ସେନାପତି, ପ୍ରଦୀପ୍ତ ଦାଶ ଙ୍କ ସହିତ ସମସ୍ତ କୃଷି କର୍ମଚାରୀ କୃଷକ ସାଥି ବିଭିନ୍ନ ପଞ୍ଚାୟତ ରସରପଞ୍ଚ ଓ ସମିତି ସଭ୍ୟା/ସଭ୍ୟା ମାନଙ୍କ ସହିତ ଅଗ୍ରଣୀ ଚାଷୀମାନେ ଭାଗ ନେଇଥିଲେ।
