ଆଠଗଡ଼ ତା ୦୯-୦୭-୨୩ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ଙ୍କ ୧୨୨ ତମ ଜୟନ୍ତୀ ଉତ୍ସବ ଆଠଗଡ଼ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ବାଣୀକଣ୍ଠ ସ୍ମୃତି ସଂସଦ ର ସଭାପତି ମଳୟ କିଶୋର ହରିଚନ୍ଦନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥା ର ବରିଷ୍ଠ ଅଧିକାରୀ ରାୟଗୁରୁ ରବିନ୍ଦ୍ର ନାଥ ମହାପାତ୍ର, ଵରିଷ୍ଠ ଗୀତିକାର ରାଧାନାଥ ଦାସ ବିଜୟ କୁମାର ହରିଚନ୍ଦନ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଆଠଗଡ଼ ର ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧନା ସହିତ ପୁରସ୍କାର ବିତରଣ କରା ଯାଇଥିଲା। ଶେଷରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବାଣୀକଣ୍ଠ ସ୍ମୃତି ସଂସଦ ର ସମ୍ପାଦକ ରାମନାରାୟଣ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
