Odisha news

ରାସରସିକପୁର ଉନ୍ନୀତ ଉପ୍ରା ବିଦ୍ୟାଳୟ ଛାତ୍ରୀ ଦ୍ବୟଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ।

0
ଆଠଗଡ଼ ତା ୬/୭/୨୩ ଓଡ଼ିଶା ସାହିତ୍ୟ ଏକାଡେମୀ ର ପ୍ରତିଷ୍ଠା ଦିବସ ଉପଲକ୍ଷେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ରେ ଆଠଗଡ଼ ବ୍ଲକ ରାସରସିକପୁର ଉନ୍ନୀତ ଉନ୍ନିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସପ୍ତମ ଶ୍ରେଣୀର ଛାତ୍ରୀ ଦ୍ବୟ ପଞାସିନୀ ଓ ଆୟୁଷ୍ମୀତା ତ୍ରିପାଠୀ ଯଥାକ୍ରମେ ବକୃତା ଓ ସାହିତ୍ୟ ସମ୍ପର୍କିତ ସାଧାରଣଞାନ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଆଗାମୀ ୯/୭/୨୩ ରିଖ ରବିବାର ଦିନ ଉତ୍କଳ ସଂଗୀତ ଭୁବନେଶ୍ୱରସ୍ଥିତ ଉତ୍କଳ ସଂଗୀତ ମହାବିଦ୍ୟାଳୟ ଅନୁଷ୍ଠିତ ହେଉଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଯୋଗ୍ୟ ବିବେଚିତ ହୋଇଛନ୍ତି।। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦେବରାଜ ନାଏକ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ପରିଚାଳନା କମିଟିର ଅଧ୍ୟକ୍ଷ,ଓ ସମସ୍ତ ସଭ୍ୟ ଓ ସଭ୍ଯା ୬/୭/୨୩ ଗୁରୁବାର ଦିନ ଛାତ୍ରୀ ଦ୍ବୟ ଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ସଫଳତା ପାଇଁ ସହକାରୀ ଶିକ୍ଷକ ଶଶଧର ମହାରଣା ଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠାର ସହିତ ଚେଷ୍ଟା ପାଇଁ ଏହା ସମ୍ଭବ ହୋଇପାରିଛି। ଦୁଇ ଝିଅ ଙ୍କ ସଫଳତା ପାଇଁ ବ୍ଲକ ଶିକ୍ଷା ଅଧିକାରୀ ବିଜୟଲକ୍ଷ୍ମୀ ସାମଲ ଧନ୍ୟବାଦ ଦେବା ସହିତ ଆଗକୁ ବଢିବା ପାଇଁ ସାହସ ଦେଇଥିଲେ। ଏହି କୃତକାର୍ଯ୍ୟ ପାଇଁ ଆଠଗଡ଼ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।
IEC 2 years
Leave A Reply