ଆଠଗଡ଼ ତା ୨୩-୦୬-୨୩ ଶୁକ୍ରବାର ଆଠଗଡ଼ ବ୍ଲକ ପକ୍ଷରୁ ଗତ ତିନି ଦିନ ଧରି ତିନୋଟି ଜିଲ୍ଲା ପରିଷଦ ଜୋନ ର ୨୩୨୫ ଜଣ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି। ଜିଲ୍ଲା ପରିଷଦ ଜୋନ ୧ ର ୫୭୯ ଜଣ,ଜୋନ ୨ ର ୯୬୬ ଜଣ ଏବଂ ଜୋନ ୩ ର ୭୮୦ ଜଣଙ୍କୁ ଏହି କାର୍ଯ୍ୟାଦେଶ ବଣ୍ଟନ କରା ଯାଇଥିବା ବେଳେ ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ର ୫୦ ଜଣଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ କରା ଯାଇଛି। ଏହି ତିନି ଦିନ ଧରି ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଙ୍କ ସହିତ ବିଡ଼ିଓ ପ୍ରଦୀପ କୁମାର ସାହୁ , ନିର୍ବାଚିତ ପ୍ରତିନିଧି ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ସହିତ ମୋ ଘର ଯୋଜନା ବାବଦରେ ସଚେତନ କରାଇଥିଲେ।