Odisha news

 ସ୍ପେଶିଆଲ ଅଲମ୍ପିକର ଜର୍ମାନୀର ବର୍ଲିନ ଠାରେ ପ୍ରତିଯୋଗିତାରେ ଆଠଗଡ ମାଟିର ଝିଅ ରୌପ୍ୟ ପଦକ ପାଇଲେ।     

0
ଆଠଗଡ ୨୨/୦୬/୨୩ ଗୁରୁବାର ଆଠଗଡ ବ୍ଲକ ଅନ୍ତର୍ଗତ ଖୁଣ୍ଟକଟା ପଞ୍ଚାୟତ ରେଗେଡାପଡା ଗ୍ରାମ ଝିଅ କଳ୍ପନା ଜେନା ସ୍ପେଶିଆଲ ଅଲମ୍ପିକର ବିଶ୍ବ କ୍ରୀଡ଼ା ଜର୍ମାନୀର ବର୍ଲିନ ଠାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରୌପ୍ୟ ପଦକ ହାସଲ କରିଛନ୍ତି। ଜର୍ମାନୀର ବର୍ଲିନ ଠାରେ ଚଳିତ ମାସ ୧୭ ତାରିଖରୁ  ୨୫ ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ୨ କିଲୋମିଟର ସାଇକେଲ ରେସରେ ଦ୍ବିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ହାସଲ କରିଛନ୍ତି ବୋଲି କୋଚ ବିବେକାନନ୍ଦ ମହାନ୍ତି ପ୍ରକାଶ କରିଛନ୍ତି। କଳ୍ପନା ଜେନା ମାନସିକ ଅନଗ୍ରସର ଥିଲେ। ପିତାମାତାଙ୍କ ଆର୍ଥିକ ଅବସ୍ଥା ସ୍ବଛଳ ନଥିଲା। ପାଖ ସରକାରୀ ବିଦ୍ୟାଳୟରେ ପାଠ ପଢାଇବା ସହ ଖୁଣ୍ଟକଟା ଗୋପବନ୍ଧୁ ବାଳିକା ବିଦ୍ୟାଳୟରେ ପାଠ ପଢୁଥିଲେ।  ବିଦ୍ୟାଳୟର ଶିକ୍ଷକ , ଶିକ୍ଷୟତ୍ରୀ ଏବଂ ଗୋଷ୍ଠୀ ସମ୍ଵଳ ଶିକ୍ଷୟତ୍ରୀ ମମତା ମହାନ୍ତି ଓ ବିସ୍ନିତା ମହାନ୍ତି ଙ୍କ ସହଯୋଗରେ କଳ୍ପନା ତା ର ପାଠ ପଢା ସହ ସ୍ପେଶିଆଲ ଅଲମ୍ପିକର  ବିଭିନ୍ନ ଖେଳରେ ଭାଗ ନେଇ ପୁରସ୍କୃତ ହୋଇଥିଲେ।  ୨୦୧୭ ମସିହାରୁ କଳ୍ପନା ସ୍ବେଶିଆଲ ଅଲମ୍ପିକ ର ବିଭିନ୍ନ କ୍ରୀଡ଼ାରେ ଭାଗ ନେଇ ପୁରସ୍କୃତ ହୋଇ ଆସୁଅଛି। ୨୦୨୨ ମସିହାରେ ସ୍ବେଶିଆଲ ଅଲମ୍ପିକ ଭାରତର ଜାତୀୟ ସ୍ତରର ପ୍ରଶିକ୍ଷଣ ଶିବିରରେ ଝାଡଖଣ୍ଡ ଓ ଦିଲ୍ଲୀରେ ଭାଗ ନେଇ ସଫଳତା ହାସଲ କରିଥିଲେ। କଳ୍ପନା ଙ୍କ ଏହି ସଫଳତା ଖବର ପ୍ରଚାରିତ ପରେ ଆଠଗଡରେ ଖୁସିର ଲହରୀ ଖେଳିଯାଇଛି।

Leave A Reply