Odisha news

ଶ୍ରୀ ଜଗନ୍ନାଥ ସେବା ସଂସ୍ଥାର ଶ୍ରୀ ଗୁଣ୍ଡିଚା ଭଜନ ସମାରୋହ ଉଦଘାଟିତ।                                                             

0
  ଆଠଗଡ ୨୧/୦୬/୨୩ ବୁଧବାର ପବିତ୍ର ଘୋଷଯାତ୍ରା ଅବସରରେ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଠାରେ ଶ୍ରୀ ଜଗନ୍ନାଥ ସେବା ସଂସ୍ଥାର ଗୁଣ୍ଡିଚା ଭଜନ ସମାରୋହ ଉଦଘାଟିତ ହୋଇଯାଇଛି।ସେବା ସଂସ୍ଥାର ସଭାପତି ଶ୍ରୀଧର ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ , ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ରୂପେ ପୂର୍ବତନ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ , ସମ୍ମାନିତ ଅତିଥି ରୂପେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସସ୍ମିତା ରାଉତ ,ଡେପୁଟି କଲେକ୍ଟର ଦୀପ୍ତିମୟୀ ବେହେରା, ସେବା ସଂସ୍ଥାର ଉପସଭାପତି ଜଗଦାନନ୍ଦ ତ୍ରିପାଠୀ , ସହ ସଂପାଦକ ଅଜୟ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ। ସଂପାଦକ ପାର୍ଥ ସାରଥୀ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସଭାକାର୍ଯ୍ୟ ପରେ ଶ୍ରୀ ଚରଣ ଓ ସାଥୀଙ୍କ ଦ୍ବାରା ଭଜନ ପରିବେଷଣ କରାଯାଇଥିଲା। ଭଜନ ସମାରୋହ ରେ ସହସ୍ରାଧିକ ଭକ୍ତଙ୍କ ସମାବେଶ ହୋଇଥିଲା। ଏହି ଭଜନ ସମାରୋହ ବାହୁଡା଼ ଦଶମୀ ପର୍ଯ୍ୟନ୍ତ ଦୀର୍ଘ  ଆଠ ଦିନ ବ୍ୟାପୀ ଅନୁଷ୍ଠିତ ହେବ ବୋଲି ଜଗନ୍ନାଥ ସେବା ସଂସ୍ଥା ସୁତ୍ରରୁ ପ୍ରକାଶ।

Leave A Reply