Odisha news

ତଳଗଡ ପୋଲିସ କୁ ଆକ୍ରମଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ସହିତ ଅନ୍ୟ ମାମଲା ରେ ଦୁଇ ଜଣ ଗିରଫ

0

ଆଠଗଡ଼ ତା ୦୮/୦୬/୨୩ ଗୁରୁବାର କୁଲାଇଲୋ ପଞ୍ଚାୟତ ଆଜକୁ ଦୀର୍ଘ ଦିନ ଧରି ଅଶାନ୍ତ ହୋଇପଡିଛି। ଆଠଗଡ଼ ବ୍ଲକ କୁଲାଇଲୋ ପଞ୍ଚାୟତ ତଳଗଡ ଗ୍ରାମ ରେ ଗତ ଜୁନ ୫ ତାରିଖ ରାତିରେ ପୋଖରୀ  ଓ ନଳକୂପ ଖୋଳାକୁ ନେଇ ଉଭୟ ଗୋଷ୍ଠୀ ଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଖବର ପାଇଁ ଆଠଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା  ଚେଷ୍ଟା କରୁଥିବା ବେଳେ ପୋଲିସ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ଫଳରେ ଆଇ ଆର ବି ଷଷ୍ଠ ବାଟାଲିୟନ ର ଫୋର୍ସ  ସୁଶାନ୍ତ କୁମାର ସାହୁ ଗୁରୁତର ଆହତ ହୋଇ ପଡିଥିଲେ। ତାଙ୍କୁ ପ୍ରଥମେ ଆଠଗଡ଼ ଡ଼ାକ୍ତରଖାନାକୁ ନିଆ ଯାଇ ପ୍ରାଥମିକ ଚିକିତ୍ସା ପରେ ମୁଣ୍ଡ ରେ ଗଭୀର ଆଘାତ ଲାଗି ଥିବା ଯୋଗୁଁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ପୋଲିସ ଶ୍ରୀ ସାହୁ ଙ୍କ ଏତଲା ଅନୁସାରେ ଉକ୍ତ ଘଟଣାରେ ବୁଧବାର ରାତିରେ ତଳଗଡ ଗ୍ରାମର କୁଳମଣି ନାଏକ ଙ୍କ ପୁତ୍ର  ରାକେଶ ନାଏକ (୧୯) କୁ ଗିରଫ କରିଛନ୍ତି। ଦଫା ୩୪୧, ୩୨୩ , ୨୯୪ , ୩୦୭, ୩୩୨ , ୩୫୩, ୩୨୫, ୩୪ ଆଇ ପି ସି ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ନେଇ ଆଠଗଡ ଥାନା ଆଇ ଆଇ ସି ବାମଦେବ ସ୍ବାଇଁ ପ୍ରକାଶ କରିଛନ୍ତି। ସେହିପରି ଖୁଣ୍ଟକଟା ବାଉତୀ ମନ୍ଦିର ରେ ଥିବା ସମରସେବୁଲ ମଟର ଚୋରି ଘଟଣାରେ ମନୋରଞ୍ଜନ ବେହେରା ଙ୍କ ପୁତ୍ର ସ୍ମୁତି ରଞ୍ଜନ ବେହେରା (୨୨) ଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଖସି ଯାଇଥିଲା। ଆଠଗଡ଼ ଥାନା ପକ୍ଷରୁ କେଶ୍ ନଂ ୧୨୩/୨୦୨୩ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି। ଗତ ବର୍ଷ ଇଚ୍ଛାପୁର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଙ୍କୁ ଆକ୍ରମଣ ଘଟଣାରେ ଦୀର୍ଘ ଦିନ ଧରି ଫେରାର ଥିବା ଆସାମୀ ସଚ୍ଚିଦାନନ୍ଦ ନାୟକ ଙ୍କୁ ଆଠଗଡ଼ ଥାନା କେସ ନଂ ୩୦୧/୨୨ ଅନୁସାରେ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply