Odisha news

ସିଡିଏ ମିଶ୍ରଣକୁ ବିରୋଧ କରି ଏକାଠି ହେଲେ ଆଠଗଡ଼ ବାସି

0

ଆଠଗଡ଼ ତା ୨୬/୫/୨୩ ଶୁକ୍ରବାର କଟକ ସହରର  ବୃହତର ସ୍ୱାର୍ଥ ଦୃଷ୍ଟିରୁ ଆଠଗଡର ୫୭ ଟି ରାଜସ୍ବ  ଗ୍ରାମକୁ ସିଡିଏରେ ବିନା  ଜନଶୁଣାଣୀରେ ମିଶ୍ରଣକୁ ସାରା ଆଠଗଡ ବାସୀଙ୍କ ବିରୋଧ, ଆଜି ଆଠଗଡ଼ର ଆରାଧ୍ୟ ଦେବୀ  ମା ଉତ୍ତରାଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ବିଜେପି ନେତା  ଅଭୟ ବାରିଙ୍କ ଆହ୍ୱାନ କ୍ରମେ ଅପରାହ୍ନରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ  ୫୭ ଟି ଗ୍ରାମର ଶତାଧିକ ଜନସାଧାରଣଙ୍କ ସମେତ , ବିଭିନ୍ନ ଅନୁଷ୍ଠାନର ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ । ସିଡିଏ ରେ ୫୭ ଟି ଗାଁ ମିଶ୍ରଣ ହେବା ଦ୍ବାରା ଏହାର କଣ ଅପକାରିତା  ହେବ ସେ ବିଷୟରେ ଉପସ୍ଥିତ ଜନସାଧାରଣ ନିଜ ନିଜର ମତାମତ ଦେଇଥିଲେ । ଆଜିର ଦିନରେ ଏକ ୩୨ ଜଣିଆ କମିଟି ଗଠନ କରାଯାଇଛି। ଆସନ୍ତା ସୋମବାର ଦିନ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।  ଯଦି ସରକାର ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ଆଠଗଡ଼ ବନ୍ଦ ଡାକରା ଦିଆଯିବ  ବୈଠକରେ ନିଷ୍ପତ୍ତି ନିଆଯାଇଛି।

Leave A Reply