Odisha news

ଆଠଗଡ଼ କୁ ଜିଲ୍ଲା କେବେ ହେବ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

0
ଆଠଗଡ଼ ୧୪/୫/୨୩ ଆଠଗଡ଼ କୁ ଜିଲ୍ଲା ରେ ପରିଣତ କରିବା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହେବାକୁ ଆଜି ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ସମ୍ବାଦ ସ୍ଵନକ୍ଷତ୍ର ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ସାମ୍ବାଦିକ ଅର୍ଦ୍ଦେନ୍ଦୁ ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ। ଆଲୋଚନା ଚକ୍ରରେ ବିଜେପି ନେତା ବ୍ରଜେନ୍ଦ୍ର ରାଏ, ଅଭୟ ବାରିକ, କଂଗ୍ରେସ ନେତା ବିଭୁତି ଭୁଷଣ ମିଶ୍ର, ସମାଜ ସେବୀ ମାନସ ବସ୍ତିଆ , ସାମ୍ବାଦିକ ସୁଧି ରଂଜନ ଦାଶ, ସହ ଆଠଗଡ଼ ଅଞ୍ଚଳ ର କିଛି ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।   ସ୍ବାଧୀନତା ପରେ ଆଠଗଡ଼ ମୁଖ୍ୟାଳୟ ଥାଇ ନରସିଂହପୁର ଜିଲ୍ଲା ଦୁଇ ବର୍ଷ ପାଇଁ କାର୍ଯ୍ୟ କରୁଥିଲା ମାତ୍ର ଉପଯୁକ୍ତ ଦାବି ଅଭାବରୁ ପରବର୍ତ୍ତୀ ସମୟରେ ଆମକୁ କଟକ ଜିଲ୍ଲା ରେ ସାମିଲ କରାଗଲା ବୋଲି ବକ୍ତା ମାନେ ତାଙ୍କ ଭାଷଣରେ କହି ଥିଲେ। ସ୍ବାଭିମାନ ଅଭାବ ରୁ ଆଠଗଡ଼ ଲୋକମାନେ ଏକାଠି ହୋଇପାରୁନାହାନ୍ତି। କଟକ ଜିଲ୍ଲା ର ସର୍ବ ବୃହତ ଉପଖଣ୍ଡ ଆଠଗଡ଼ କୁ ଜିଲ୍ଲା କରିବା ପାଇଁ ଏକ ସ୍ଥାୟୀ ଆନ୍ଦୋଳନ ର ଆବଶ୍ୟକ ବୋଲି ମତପ୍ରକାଶ ପାଇଥିଲା। ଏଥିପାଇଁ ରାଧାନାଥ ରଥ ଙ୍କ ପରି ଜଣେ ସର୍ବମାନ୍ଯ ନେତା ଙ୍କ ଆବଶ୍ୟକ ପଡୁଛି। ଜଣେ କମଳାଡିହ ଲୋକ କଟକ ଜିଲ୍ଲା ଅଫିସ କୁ ଯିବାକୁ ୧୨୦ କିଲୋମିଟର ଯିବାକୁ ପଡୁଛି ଓ ଛଅ ଲକ୍ଷ ରୁ ଅଧିକ ଲୋକ ସଂଖ୍ୟା ଦୃଷ୍ଟିରୁ ଜିଲ୍ଲା ପାଇଁ ସରକାର ବିଚାର କରିବାକୁ ମତ ପ୍ରକାଶ ପାଇଥିଲା। ଆଲୋଚନା ରେ ଅନ୍ୟ ମାନଙ୍କ ମଧ୍ୟରେ  ସାମ୍ବାଦିକ ବ୍ରହ୍ମାନନ୍ଦ ଲେଙ୍କା, ନିଳକଣ୍ଠ ଦୋରା, ସନ୍ତୋଷ ବାରିକ ବିଜେପି ନେତା ରାମ ନାରାୟଣ ମହାନ୍ତି ପ୍ରମୁଖ ଭାଗନେଇଥିଲେ।  ସାମ୍ବାଦିକ ଜ୍ଞାନରଞ୍ଜନ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ। ପାର୍ଥସାରଥୀ ପଟ୍ଟନାୟକ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ।

Leave A Reply