Odisha news

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଙ୍କ ଧବଳେଶ୍ଵର ସେତୁ ନିର୍ମାଣ କାର୍ଯ୍ୟ ସମୀକ୍ଷା

0
ଆଠଗଡ଼ ତା ୧୧-୦୫-୨୩ କଟକ ଜିଲ୍ଲା ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଧବଳେଶ୍ଵର କୁ ସବୁଦିନିଆ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାର ଅର୍ଥ ଅନୁଦାନ ଦେଵା ପରେ ଏହାର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଆସନ୍ତା ୩୧ ତାରିଖ ସୁଦ୍ଧା ଏହି ସେତୁ କାର୍ଯ୍ୟ ଶେଷ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଦଳେଇ ସେତୁ ନିର୍ମାଣ କାର୍ଯ୍ୟ ର ସମୀକ୍ଷା କରିଛନ୍ତି।୨୨ କୋଟି ୨୮ ଲକ୍ଷ ୧୦ ହଜାର ଟଙ୍କା ବ୍ୟୟ ରେ ଗ୍ରାମ୍ୟ ନିର୍ମାଣ ଡିଭିଜନ କଟକ -୨ ତଦାରଖ ରେ ଓଡ଼ିଶା ର ଅଗ୍ରଣୀ ନିର୍ମାଣ ସଂସ୍ଥା ରାଜଲକ୍ଷ୍ମୀ କନଷ୍ଟ୍ରକସନ ଏହାର ନିର୍ମାଣ ଦାଇତ୍ୱ ନେଇଛି। ମଞ୍ଚେଶ୍ଵର ଗ୍ରାମ୍ୟ ରାସ୍ତା ଠାରୁ ଧବଳେଶ୍ଵର ପୀଠ ପର୍ଯ୍ୟନ୍ତ ଉଭୟ ପଟ ରାସ୍ତା ର ଉନ୍ନତି କରଣ ଓ ୨୫୨ ମିଟର ସେତୁ ନିର୍ମାଣ ପାଇଁ ଡିସେମ୍ବର ୨୦ ୨୨ ମସିହା ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଠିକ ସମୟରେ କାର୍ଯ୍ୟ ନ ସାରିବା ଯୋଗୁଁ ଭକ୍ତମାନେ ବାବା ଧବଳେଶ୍ବର ଙ୍କୁ ଦର୍ଶନ କରିବା ପାଇଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିଲେ। ଯାହା ଫଳରେ ପ୍ରଶାସନ ପକ୍ଷରୁ ଏ ଅସ୍ଥାୟୀ ରାସ୍ତା ନିର୍ମାଣ କରା ଯାଇଥିଲା। ଆସନ୍ତା ବର୍ଷା ଋତୁ ପୂର୍ବରୁ ଏହି ସବୁଦିନିଆ ରାସ୍ତା ରାସ୍ତା ର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ ପରେ ଆଜି ରାଜସ୍ବ ଆୟୁକ୍ତ ଶ୍ରୀ ଦଳାଇ ଙ୍କ ସହିତ କଟକ ଜିଲ୍ଲାପାଳ ଡ଼ଃ ଭବାନୀ ଶଙ୍କର ଚୟନୀ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ ତହସିଲଦାର ପ୍ରିୟବ୍ରତ ଦାସ ଗ୍ରାମ୍ୟ ନିର୍ମାଣ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସୋମନାଥ ପରିଡ଼ା ଆଠଗଡ଼ ଗ୍ରାମ୍ୟ ନିର୍ମାଣ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜୟ କୁମାର ମହାପାତ୍ର, ବିଦ୍ୟୁତ ବିଭାଗ ର ନିର୍ବାହୀ ଯନ୍ତ୍ରୀ ପବିତ୍ର ମୋହନ ସାହୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମନ୍ତରାୟ ଚୌଦ୍ବାର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସତ୍ୟବ୍ରତ ଲେଙ୍କା ଗୁରୁଡିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।
Leave A Reply