Odisha news

ଆଠଗଡ଼ ପଞ୍ଚାୟତ ସମିତି ବୈଠକ। ପୁରୁଣା ଖର୍ଚ୍ଚ କୁ ଅନୁମୋଦନ କରିବାକୁ ଉଦ୍ୟମ।

0
ଆଠଗଡ଼ ତା ୨୬/୪/୨୩ ଆଠଗଡ଼ ପଞ୍ଚାୟତ ସମିତି ର ବୈଠକ ସମିତିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ୨୦୧୮/୧୯ ମସିହାରୁ ବିଭିନ୍ନ ପଞ୍ଚାୟତ ରେ ପଡିରହିଥିବା ଅର୍ଥକୁ ଖର୍ଚ୍ଚ କରିବାପାଇଁ ପ୍ରସ୍ତାବ ପାଳିତ ହୋଇଥିଲା। କେତେକ ପଞ୍ଚାୟତରେ ଅନୁଦାନକୁ ଖର୍ଚ୍ଚ କରାଯାଇ ସାରିଥିବାରୁ ସେଗୁଡିକର ଅନୁମୋଦନ କରାଯାଇଥିଲା। ଆଲୋକୀକରଣ, ମିଶନ ଶକ୍ତି,ଓ ଅମୃତ ସରବର ଯୋଜନା ସମ୍ପର୍କରେ ଆଲୋଚନା କରାଯାଇ ଗଛିତ ଅର୍ଥ କୁ ଖର୍ଚ୍ଚ କରିବାପାଇଁ ପରାମର୍ଶ ଦିଆଯାଇଥିଲା। ବୈଠକରେ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଭାଗ ନେଇଥିଲେ। ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦିପ କୁମାର ସାହୁ ଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ମାନେ ଉପସ୍ଥିତ ଥିଲେ। ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗଗନ ବିହାରୀ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।
Nalco
Leave A Reply