ଆଠଗଡ଼ ତା୨୧/୪/୨୩ ଆଠଗଡ଼ ବନାଞ୍ଚଳ ଅନ୍ତର୍ଗତ ସୁକାଶେନ ଜଙ୍ଗଲ ରୁ କାଠ ମାଫିଆ ମାନେ ସ୍ପଷ୍ଟ ଦିବାଲୋକରେ ମୂଲ୍ୟ ବାନ ଗଛ ଗୁଡ଼ିକୁ କାଟି ନେଉଛନ୍ତି। ଫଳରେ ଚନ୍ଦକା ରୁ ଆସୁଥିବା ହାତୀ ମାନେ ଜଙ୍ଗଲ ରେ ଆଶ୍ରୟ ନପାଇ ଜନବସତି କୁ ମୁହାଉଛନ୍ତି। ଫଳରେ ବିଭିନ୍ନ ସମୟରେ ହାତୀ ମଣିଷ ଙ୍କ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହେଉଛି। ବନବିଭାଗ ର ଏକ ଉଚ୍ଚସ୍ତରୀୟ କମିଟି ଏ ସମ୍ପର୍କରେ ରିପୋର୍ଟ ଦେବା ପରେ ବନବିଭାଗ ର କଟକ ଦୁର୍ନୀତି ନିବାରଣ ଶାଖା ଆଜି ଆଠଗଡ଼ ବନାଞ୍ଚଳ ର ମେଘା ଧୁଡୁକୁଡିଆ ଗ୍ରାମରେ ଚଢ଼ାଉ କରିଥିଲା।କାଠ ମାଫିଆ ପ୍ରଭାକର ଦାସ ଙ୍କ ଘରେ ଚଢ଼ାଉ କରାଯିବା ସମୟରେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ୨୯ ସିଫ୍ଟ ସାଗୁଆନ କାଠ ଜବତ କରିଛନ୍ତି। ମାତ୍ର ପୂର୍ବରୁ ବନକର୍ମଚାରୀ ଙ୍କ ଠାରୁ ସୂଚନା ପାଇ କାଠ ମାଫିଆ ପ୍ରଭାକର ବହୁ ମୂଲ୍ୟବାନ କାଠ ନେଇ ଫେରାର ହୋଇଜାଇଥିବା ସୂଚନା ମିଳିଛି।। ଆଜିର ଚଢ଼ାଉରେ କଟକ ଦୁର୍ନୀତି ନିବାରଣ ବନ ବିଭାଗ ଶାଖା ତରଫରୁ ରଜନୀ କାନ୍ତ ମହାନ୍ତି, ରମେଶ ଚନ୍ଦ୍ର ସ୍ୱାଇଁ, ପ୍ରସନ୍ନ ରାଉତ ସମେତ ଆଠଗଡ଼ ବନାଞ୍ଚଳର କିଛି କର୍ମଚାରୀ ଭାଗ ନେଇଥିଲେ। ପ୍ରକାଶ ଯୋଗ୍ୟ ପୂର୍ବରୁ ମଧ୍ୟ ଦୁଇ ତିନି ଥର ବନବିଭାଗ ର ଦୁର୍ନୀତି ନିବାରଣ ଶାଖା କାଠ ମାଫିଆ ପ୍ରଭାକର ଘର ଉପରେ ଚଢାଉ କରିଥିଲେ। ମାତ୍ର ଆଠଗଡ଼ ବନାଞ୍ଚଳ ର ବନକର୍ମଚାରୀ ମାନେ କାଠ ମାଫିଆ ପ୍ରଭାକର ପାଖରେ ପହଞ୍ଚିପାରୁନଥିବା ବେଳେ ଦୁର୍ନୀତି ନିବାରଣ ଶାଖା କିପରି କାଠ ଜବତ କରୁଛି । ପୂର୍ବରୁ ଥିବା ବନାଞ୍ଚଳ ଅଧିକାରୀ ମାନେ ଅନେକ ସ୍ଥାନରେ ଚଢାଉ କରୁଥିଲେ। କିନ୍ତୁ ବର୍ତ୍ତମାନ ଥିବା ଅଧିକାରୀ ସରକାରୀ କାର୍ଯ୍ୟ ଅପେକ୍ଷା ଅନ୍ୟାନ୍ୟ କାର୍ଯ୍ୟରେ ସମୟ ସମୟ କାଟୁଛନ୍ତି। ଯାହା ଫଳରେ ଆଠଗଡ଼ ଅଞ୍ଚଳରେ କାଠ ମାଫିଆ ମାନଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି।ଏନେଇ ସାଧାରଣରେ ନାନା କଥା ଶୁଣିବାକୁ ମିଳୁଛି