Odisha news

କଲେଜ କତୃପକ୍ଷ ଙ୍କ ଅବହେଳା ଯୋଗୁଁ ଅଳ୍ପକେ ବର୍ତ୍ତିଲେ ଦୁଇ ଛାତ୍ର : ପରୀକ୍ଷା ଚାଲିଥିବା ବେଳେ ଖସିପଡିଲା ଫ୍ୟାନ, ଦୁଇ ଛାତ୍ର ଆହତ।

0

ଆଠଗଡ଼ ତା ୧୮-୦୪-୨୩ ମଙ୍ଗଳବାର ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ରେ ପରୀକ୍ଷା ଚାଲିଥିବା ବେଳେ ଫ୍ୟାନ ଖସିପଡ଼ି ଦୁଇ ଜଣ ଛାତ୍ର ଆହତ ହୋଇଥିବା ଜଣାପଡିଛି। ଆହତ ଦୁଇ ଛାତ୍ର ହେଲେ ସମିର ସେଠୀ  ଏବଂ ତାପସ ଜେନା।ଆଜି ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ରେ + ୨ ପ୍ରଥମ ବର୍ଷ ଓଡ଼ିଆ ପରୀକ୍ଷା ଚାଲିଥିବା ବେଳେ ହଠାତ ଏକ ସିଲଙ୍ଗ ଫ୍ୟାନ ଛିଡି ପଡ଼ିବାରୁ ପରୀକ୍ଷା ଦେଉଥିବା ଦୁଇଜଣ ଛାତ୍ରଙ୍କ  ଉପରେ ପଡି ଯାଇଥିଲା ଜଣକର ବେକରେ ଆଘାତ ଲାଗିଥିବା ବେଳେ ଅନ୍ୟ ଜଣଙ୍କର ମୁଣ୍ଡ ରେ ଆଘାତ ଲାଗିଥିଲା ।ଆହତ ଦୁଇଜଣ ଛାତ୍ରଙ୍କୁ ମହାବିଦ୍ୟାଳୟର କର୍ମଚାରୀ ମାନେ ନିକଟସ୍ଥ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରି ଆଣିବା ପରେ ସେମାନେ ପୁନର୍ବାର ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେଇଥିଲେ।ତେବେ ଏଭଳି ଏକ ଅଭାବନୀୟ ଘଟଣା ରେ ନିଶ୍ଚିତ ମୃତ୍ୟରୁ  ଅଳ୍ପକେ ବର୍ତ୍ତିଛନ୍ତି ଦୁଇ ଛାତ୍ର। ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ରେ ଲାଗିଥିବା ଫ୍ୟାନ ଗୁଡ଼ିକର ସଠିକ୍ ଭାବରେ ରକ୍ଷଣାବେକ୍ଷଣ ହେଉନଥିବାରୁ ଏଭଳି ହୋଇଥିବା ଜାଣିବାକୁ ମିଳିଛି ।ଅନ୍ୟପଟେ ଏ ସମ୍ପର୍କରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋକନାଥ ସାହୁ ଙ୍କୁ ଏ  ପଚାରିବାରୁ ଗତ ୧୫ ଦିନ ତଳେ ଫ୍ୟାନ ଗୁଡିକ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଦେବାଶିଷ ପଟ୍ଟନାୟକ ଙ୍କ ଦ୍ଵାରା ମରାମତି କରାଯାଇଥିଲା। କିନ୍ତୁ କିଭଳି ଫ୍ୟାନ ଛିଡି ପଡ଼ିଲା ତାହା ବୁଝାପଡୁନି ବୋଲି କହିଛନ୍ତି। ତେବେ ଏହାର ତଦନ୍ତ କରି ଉକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ତେବେ ପରୀକ୍ଷା ସରିବା ପରେ ଆଠଗଡ଼ ଥାନା ଅନ୍ତର୍ଗତ ବାଇଲୋ ଗ୍ରାମର ସମୀର ସେଠୀ ରାସ୍ତାରେ ଲିଫ୍ଟ ନେଇ ଘରକୁ ଫେରୁଥିବା ସମୟରେ ଅଧା ବାଟରେ ତାଙ୍କର ମୁଣ୍ଡ ବୁଲାଇବା ସହିତ ବାନ୍ତି ହୋଇଥିଲା। ସେହି ବାଟ ଦେଇ ଫେରୁଥିବା ଆଠଗଡ଼ ର କିଛି ଯୁବକ ତାଙ୍କୁ ତୁରନ୍ତ ଆଠଗଡ଼ ଡ଼ାକ୍ତରଖାନାକୁ ଆଣିଥିଲେ। କିନ୍ତୁ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ବୋଲି ଜଣା ପଡିଛି। ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ନଚେତ୍ ଆଗାମୀ ଦିନରେ କିଛି ବଡ଼ ଧରଣର ଅଘଟଣ ନ ଘଟିବ ତାହା କିଏ କହିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Leave A Reply