Odisha news

୧୬ତମ ଜୟଶ୍ରୀରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0

ଆଠଗଡ଼  : ଶୁକ୍ରବାର ଦିନ ସ୍ଥାନୀୟ ଉପରସାହି ମାଟି ଗାଡ଼ିଆଠାରେ ଜୟଶ୍ରୀରାମ କ୍ରିକେଟ କ୍ଲବ ଆନୁକୂଲ୍ୟରେ ୧୬ ତମ ଜୟଶ୍ରୀରାମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି ।ଆଜିର ଉଦଯାପନୀ ତଥା ଫାଇନାଲ ମ୍ୟାଚ ସ୍ଥାନୀୟ ତଥା ଆୟୋଜକ ଜୟଶ୍ରୀରାମ କ୍ରିକେଟ କ୍ଲବ  ଏବଂ ରାଧାଗୋବିନ୍ଦପୁର କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ମ୍ୟାଚରେ ପ୍ରଥମେ ଟସ୍ ଜିଣି ରାଧାଗୋବିନ୍ଦପୁର କ୍ରିକେଟ କ୍ଲବ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ।ବ୍ୟାଟିଂର ଆମନ୍ତ୍ରଣ ପାଇ ଜୟଶ୍ରୀରାମ କ୍ରିକେଟ କ୍ଲବ  ନିର୍ଦ୍ଧାରିତ ୮ ଓଭରରେ କୌଣସି ଉଇକେଟ ନହରାଇ ୧୯୯ ରନ ସଂଗ୍ରହ କରିଥିଲା ।ଏହାର ଜବାବରେ ରାଧାଗୋବିନ୍ଦପୁର କ୍ରିକେଟ କ୍ଲବ    ନିର୍ଦ୍ଦାରିତ ୮ଓଭରରେ ୬ ୱିକେଟ ହରାଇ ୧୬୦ ରନ୍ କରିବାକୁ ସକ୍ଷମ ହୋଇଥିଲା ।ଜୟଶ୍ରୀରାମ କ୍ରିକେଟ କ୍ଲବ ପକ୍ଷରୁ ପ୍ରଶାନ୍ତ କୁମାର ସାହୁ ୨୫ ବଲରୁ ୯୧ ରନ କରି ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ ।ଏହି ମ୍ୟାଚରେ ମୁଖ୍ୟ ଅତିଥି ଭାବେ  ଯୁବ ସଂଗଠକ ଅଭୟ କୁମାର ବାରିକ ଏବଂ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଜ୍ଞାନ ରଂଜନ ମହାପାତ୍ର ଯୋଗଦାନ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପଡିଜେତା ଦଳକୁ ଟ୍ରଫି ଓ ଅର୍ଥ ରାଶି ପ୍ରଦାନ କରିଥିଲେ ।ଖେଳକୁ ପରିଚାଳନା କରିଥିଲେ ଦୁଇ ପକ୍ଷର ଅମ୍ପାୟାର୍ ଅମିୟ କୁମାର ଦାସ ଓ ଅଜୟ ଚକବର୍ତ୍ତୀ ।ଶୁଭ,ପିଣ୍ଟୁ,ରାଜୁ,ବୁବୁନା ଆଦି ଖେଳ ପରିଚାଳନାରେ ସହଯୋଗ କରିଥିଲେ ।

Nalco
Leave A Reply